Latest Odisha News

୭୭ ବର୍ଷରେ ନିଜକୁ ଫିଟ୍ ରଖିଛନ୍ତି ବୃଦ୍ଧା: ସୋସିଆଲ ମିଡ଼ିଆରେ ସେୟାର କଲେ ସିକ୍ରେସି

ସାଧାରଣତଃ ୭୦ ବର୍ଷ ଅତିକ୍ରମ କରିବା ପରେ ଯେ କୌଣସି ବ୍ୟକ୍ତି ନିଜକୁ ବାର୍ଦ୍ଧକ୍ୟ ଅବସ୍ଥା ଆସିଗଲା ବୋଲି ଭାବିଥାନ୍ତି । କିଛି ଲୋକଙ୍କ ପାଇଁ ସେମାନଙ୍କର ଶରୀର ମଧ୍ୟ କୌଣସି କାମ କରିବାକୁ ସମର୍ଥନ କରୁ ନ ଥିବା ବେଳେ ଆଉ କିଛି ଶଯ୍ୟାରେ ବିଶ୍ରାମ ନେଇଥାନ୍ତି । ଏହିପରି ଲୋକଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି ୭୭ ବର୍ଷିୟ ଜନ୍ ମ୍ୟାକଡୋନାଲ୍ଡ, ଯାହାଙ୍କ ଜୀବନ ଶୈଳୀ ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

୭୦ ବର୍ଷ ବୟସରେ ମହିଳାମାନେ ସାଧାରଣତଃ ଘରେ ବସି ନାତି ନାତୁଣୀମାନଙ୍କ ସହ ଖେଳି ସମୟ କାଟିଥାନ୍ତି । ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରିବା ଆରମ୍ଭ କରନ୍ତି । କିନ୍ତୁ ଜୋନ୍ ମ୍ୟାକଡୋନାଲ୍ଡଙ୍କଠାରେ ବ୍ୟତିକ୍ରମ ଦେଖିବାକୁ ମିଳେ । ୭୭ ବର୍ଷ ବୟସରେ ସେ କାହାରି ଉପରେ ନିର୍ଭର କରନ୍ତି ନାହିଁ । ଏହି ବୟସରେ ସେ ନିଜକୁ ଫିଟ୍ ରଖିବା ପାଇଁ ପ୍ରତ୍ୟେକ ଦିନ ଜିମ୍ ଯାଇଥାନ୍ତି । ସେଠାରେ ହାର୍ଡ଼ ବ୍ୟାୟାମ ବି କରନ୍ତି । ଯାହାକୁ ଦେଖି ଜିମ୍‌କୁ ଆସୁଥିବା ଅନ୍ୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।

ସେ ସୋସିଆଲ ମିଡ଼ିଆରେ ବି ବେଶ୍ ସକ୍ରୀୟ । ତାଙ୍କର ୧୮ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ପ୍ରତ୍ୟେକ ଦିନ ଦେ ନିଜର ଜୀବନଶୈଳୀର ଭିନ୍ନ ଭିନ୍ନ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି , ଯାହାକୁ ଲୋକେ ବହୁତ ପସନ୍ଦ କରିଥାନ୍ତି ।

ଜନ୍ କହିଛନ୍ତି ଯେ,ପ୍ରଥମେ ତୁମକୁ କେତେ ବୟସ ହୋଇଛି, ସେଥିପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । ନିଜକୁ ଫିଟ୍ ଓ ଭଲରେ ରଖିବାକୁ ଦୃଢ ନିଷ୍ପତ୍ତି ନିଅନ୍ତୁ । ନିଜର ଖାଇବା ପିଇବା ଉପରେ ନିୟନ୍ତ୍ରଣ ରଖିବା ସହିତ ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଉଚିତ୍ । ବାହାରକୁ ଯିବା ବେଳେ ଭଲ ପୋଷାକ ପିନ୍ଧି ଯିବା ସହ ସଜ୍ଜେଇ ହୋଇ ଯାଆନ୍ତୁ । କିଏ କ’ଣ କହିବ କି କହୁଛନ୍ତି ସେଥିପ୍ରତି ଆଦୌ ଗୁରୁତ୍ୱ ଦେବେ ନାହିଁ । ନିଜ କାମ ନିଜେ କରି ଆଗକୁ ବଢି ଚାଲିବେ । ତାହାହେଲେ ବୃଦ୍ଧାବସ୍ଥାରେ ଆରାମରେ ଜୀବନ ବିତାଇ ପାରିବେ । ଏହାଦ୍ୱାରା ନିଜ ଉପରେ ଆତ୍ମବିଶ୍ୱାସ ମଧ୍ୟ ବଢିପାରିବ । ମୁଁ ନିଜେ ବି କେବେ ଭାବି ନ ଥିଲି ଯେ, ଏ ବୟସରେ ମୁଁ ଏତେ ସୁସ୍ଥ ଓ ଫିଟ୍ ନିଜକୁ ରଖିପାରିବି । ତାହା କେବଳ ମୋର କଠିନ ପରିଶ୍ରମ ଯୋଗୁ ହୋଇପାରିଛି ।

Comments are closed.