ବ୍ରାଜିଲ: ଲୋକମାନେ ଗୋଟିଏ ବିବାହକୁ ମଧ୍ୟ ଠିକ୍ ଭାବରେ ତୁଲାଇବାରେ ସକ୍ଷମ ହୁଅନ୍ତି ନାହିଁ । ହେଲେ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦୁଇ କିମ୍ବା ତିନୋଟି ବିବାହ କରିବା ପରେ ଖୁସିରେ ଜୀବନ ବିତାଇ ପାରୁଛନ୍ତି । ବ୍ରାଜିଲର ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କର ଦୁଇ ସ୍ୱାମୀ ଅଛନ୍ତି ଏବଂ ସେ ସେମାନଙ୍କ ସହ ବହୁତ ଖୁସିରେ ଅଛନ୍ତି ।
ବ୍ରାଜିଲରେ ରୁହନ୍ତି ୨୭ ବର୍ଷିୟା ଲେରି ଇନଗ୍ରିଡ । ସେ ଲାରିସା ନାମରେ ଖୁବ୍ ପ୍ରସିଦ୍ଧ । ତାଙ୍କର ଦୁଇଟି ସ୍ୱାମୀ ଅଛନ୍ତି । ସମସ୍ତେ ମିଶିକି ଗୋଟିଏ ଘରେ ହିଁ ରହୁଛନ୍ତି । ଲାରିସାଙ୍କ ପ୍ରଥମ ସ୍ୱାମୀ ସିଲଭାଙ୍କୁ ୨୫ ବର୍ଷ ବୟସ ହୋଇଥିବାବେଳେ ଅନ୍ୟ ସ୍ୱାମୀ ଭିକ୍ଟରଙ୍କୁ ମାତ୍ର ୧୮ ବର୍ଷ ବୟସ ।
ଲାରିସା ପ୍ରଥମେ ଇଟାଲୀର ସିଲଭାଙ୍କୁ ବିବାହ କରିଥିଲେ । ହେଲେ ଲାରିସା ଅଧିକ ପାର୍ଟନରଙ୍କ ସହ ସମ୍ପର୍କ ରଖିବାକୁ ଚାହାନ୍ତି ବୋଲି କହିବାରୁ ସିଲଭା ଏଥିରେ ସମର୍ଥନ କରିଥିଲେ । ସିଲ୍ଭା କୁହନ୍ତି, ଲାରିସା ମୋ ସହ ଖୁସିରେ ରହିବା ସହ ତାଙ୍କର ପିଲାଦିନର ବନ୍ଧୁ ଭିକ୍ଟରଙ୍କୁ ଦ୍ୱିତୀୟ ସାଥୀ ଭାବରେ ବାଛିଲେ, ଯିଏକି ତାଙ୍କ ପଡ଼ୋଶୀ ଥିଲେ । ଭିକ୍ଟର ପ୍ରଥମେ ଏପରି ସମ୍ପର୍କ ଗଢିବାକୁ ଚାହୁଁ ନ ଥିଲେ ପରେ ରାଜି ହୋଇଥିଲେ । ବର୍ତ୍ତମାନ ୩ ଜଣ ବହୁତ ଖୁସିରେ ରହୁଛନ୍ତି । ସେମାନଙ୍କର ୪ଟି ସନ୍ତାନ ବି ଅଛନ୍ତି ।
କେବଳ ଏତିକି ନୁହେଁ, ଲାରିସା ଦାବି କରିଛନ୍ତି ଯେ, ଏହି ସମ୍ପର୍କ ତାଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ । ତାଙ୍କର ଅନ୍ୟ ଜିନିଷ ପାଇଁ ସମୟ ନାହିଁ ଏବଂ ଉଦାସୀନତା ବିଷୟରେ କେବେ ବି ଚିନ୍ତା କରନ୍ତି ନାହିଁ । ଯେତେବେଳେ ଜଣେ ତୃତୀୟ ବ୍ୟକ୍ତି ସେମାନଙ୍କ ଚାରିପାଖରେ ଥାଆନ୍ତି, ସେତେବେଳେ ତାଙ୍କ ସ୍ୱାମୀମାନେ ଇର୍ଷା କରନ୍ତି ।
Comments are closed.