Latest Odisha News

BREAKING NEWS

ଘରର ଆସବାବପତ୍ର ହୋଇ ଘଣ୍ଟା ଘଣ୍ଟା ଧରି ଠିଆ ହୁଅନ୍ତି ମହିଳା

ସାଧାରଣତଃ ଲୋକଙ୍କର ଭିନ୍ନ ଭିନ୍ନ ସଉକ ରହିଥାଏ । କିଏ ପାଠ ପଢି ଭଲ ଚାକିରି କରିବାକୁ ସଉକ ରଖିଥିବା ବେଳେ ଆଉ କିଏ ବିଭିନ୍ନ ସ୍ଥାନ ବୁଲିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯିଏକି ଘରର ବିଭିନ୍ନ ପ୍ରକାରର ଆସବାବପତ୍ର ହେବାକୁ ଭଲ ପାଇଥାଆନ୍ତି ।

ଅଲିମ୍ପିଆ ନାମକ ଏହି ମହିଳାଙ୍କ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଅଲିମ୍ପିଆ ଘରେ କେତେ ବେଳେ ଲ୍ୟାମ୍ପ ହୋଇ ଘଣ୍ଟା ଘଣ୍ଟା ଠିଆ ହେଉଥିବା ବେଳେ ଆଉ କେତେବେଳେ ସୋଫା, ଟେବୁଲ ହୋଇ ଲୋକଙ୍କୁ ଚକିତ କରିଥାନ୍ତି । ପ୍ରତ୍ୟେକ ସମୟରେ ସେ ଘରର କୌଣସି ଏକ ସ୍ଥାନରେ ଘଣ୍ଟା ଘଣ୍ଟା ଠିଆ ହୋଇଥିବା ନଜର ଆସନ୍ତି । ତାଙ୍କ ଘରକୁ ଆସୁଥିବା ଲୋକମାନେ ଜାଣିପାରନ୍ତି ନାହିଁ ଯେ, ଏହା ଫର୍ଣ୍ଣିଚର ନା ମଣିଷ ।

ଅଲିମ୍ପିଆ କହିଛନ୍ତି ଯେ, ଛୋଟ ଥିବା ବେଳେ ଦିନେ ସେ ଏକ ସୋଫା ହୋଇ ରହିଥିଲେ । ତାଙ୍କ ମାଉସୀ ବହୁ ସମୟ ଧରି ତାଙ୍କ ଉପରେ ବସିଥିଲେ । ହେଲେ ଜାଣି ପାରି ନ ଥିଲେ । ସେବେଠାରୁ ଏହି ସଉକ ବଢିବାକୁ ଲାଗିଲା । ଏବେ ସେ ବିଭିନ୍ନ ଆସବାବପତ୍ର ହୋଇ ଘରର କୌଣସି ଏକ ସ୍ଥାନରେ ଠିଆ ହୋଇ ରହୁଛନ୍ତି । ତାଙ୍କର ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦିଅନ୍ତି । କେହି କେହି ଏହା ଅଲିମ୍ପିଆଙ୍କ ପାଗଳାମୀ ବୋଲି କହିଛନ୍ତି ।

Comments are closed.