Latest Odisha News

ସେଲୁନ୍‌ରେ ବସି ସେଭିଙ୍ଗ୍ ହେଲେ ଯୁବତୀ,ଲୋକେ ଆଶ୍ଚର୍ଯ୍ୟ

ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକମାନେ ସବୁକିଛି କରିବାକୁ ପ୍ରସ୍ତୁତ । ଆଉ ଏପରି କାର୍ଯ୍ୟ କରି ବସନ୍ତି ଯେ ଭାଇରାଲ୍ ତ ହୁଅନ୍ତି କିନ୍ତୁ ସମାଲୋଚନାର ଶୀକାର ବି ହୁଅନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକେ ପସନ୍ଦ କରିବା ତ ଦୂରର କଥା ନକରାତ୍ମକ ମନ୍ତବ୍ୟ ଦେଉଛନ୍ତି ।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ରେଡ଼ କଲର ଚୁଡ଼ିଦାର ପିନ୍ଧି ଏକ ସେଲୁନ୍‌କୁ ଆସିବା ପରେ ଚେୟାର ବସୁଛନ୍ତି । ଦୋକାନର ଜଣେ ଯୁବକ ତାଙ୍କ ମୁହଁରେ ସେଭିଙ୍ଗ୍ କ୍ରିମ୍ ଲଗାଉଛନ୍ତି । ପରେ ଏକ ରେଜର ସାହାଯ୍ୟରେ ସେଭିଙ୍ଗ୍ କରୁଛନ୍ତି । ଯୁବତୀ ଜଣକ ଶାନ୍ତିରେ ବସି ମୁହଁକୁ ଦେଖାଉଛନ୍ତି । ଏହି ସମୟରେ ସେଭିଙ୍ଗ କରୁଥିବା ଯୁବକ ଜଣଙ୍କ ହସୁଥିବା ଦେଖିବାକୁ ମିଳିଛିି । ସେଭିଙ୍ଗ୍ କରିବା ପରେ ଯୁବତୀ ଜଣକ ଉଠି ପଳାଇ ଯାଉଛନ୍ତି ।

ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଥଟ୍ଟା କରିବା ସହ ଆଜିକାଲି ଆଖି କ’ଣ ସବୁ ଦେଖୁଛି ଓ ଆଗକୁ କ’ଣ ସବୁ ଦେଖିବ ବୋଲି ମତ ଦେଇଛନ୍ତି । ଏହି ଭିଡିଓ କେବଳ ମନୋରଞ୍ଜନ ଦୃଷ୍ଟିକୋଣରୁ ପ୍ରସ୍ତୁତ କରାଯାଇଥିବା ଆଉ କିଛି ମତ ରଖିଛନ୍ତି ।

Comments are closed.