Latest Odisha News

BREAKING NEWS

ଡାକ୍ତରଖାନାରୁ ନିଖୋଜ ଥିବା ମହିଳା ପୋଲିସ ଏସଆଇ ନିଜ ଘରେ ଅଛନ୍ତି

ବଲାଙ୍ଗିର: ହସପିଟାଲ ନୁହେଁ, ଘରେ ଅଛନ୍ତି ମହିଳା ଏସଆଇ । ବିଷ ପିଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳା ପୋଲିସ ଏସଆଇ କାଜଲ ବାଗ ଘରକୁ ପଳାଇଛନ୍ତି । ସେ ତାଙ୍କ ପୈତୃକ ଘରେ ଅଛନ୍ତି । ଭବାନୀ ପାଟଣାସ୍ଥିତ ତାଙ୍କ ବାପାଙ୍କ ଘରେ ଅଛନ୍ତି ବୋଲି ଏସଆଇ କାଜଲଙ୍କ ବାପା ମାନଗୋବିନ୍ଦ ବାଗ ସୂଚନା ଦେଇଛନ୍ତି ।

BjdElectrycity

ସୂଚନାଥାଉ କି,  ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା  ପୁଲିସ ଏସଆଇ ନିଖୋଜ ହୋଇଯାଇଥିବା ନେଇ ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା ।  ସେ ହସ୍ପିଟାଲରେ ନ ଥିବା  ବଲାଙ୍ଗୀର ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ସଚଳା ବାଗ କହିଥିଲେ । ଏପରିକି ସନ୍ଧ୍ୟା ସୁଦ୍ଧା ଏସଆଇ ମେଡିକାଲ ନଫେରିଲେ  ପୁଲିସ ନିକଟରେ ଅଭିଯୋଗ କରାଯିବ ବୋଲି ମଧ୍ୟ କହିଥିଲେ କଲେଜ ସୁପରିଟେଣ୍ଡେଣ୍ଟ ।

ପୋଲିସ ଏସଆଇ କାଜଲ ବାଗ  ତିନି ଦିନ ତଳେ ନିଜ ଭଡା ଘରେ ବିଷ ପିଇ ଦେଇଥିଲେ  । ଗୁରତର ଅବସ୍ଥାରେ ତାଙ୍କୁ  ପ୍ରଥମେ ସଇଁତଳା ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ହେଲେ ସେଠାରୁ ସେ ଫେରାର ହୋଇ ଯାଇଥିବା କୁହାଯାଇଥିଲା ।

କାଜଲ ବାଗ ବିଷପିଇବା ପୂର୍ବରୁ  କାହାସହ ଫୋନରେ ପାଟିତୁଣ୍ଡ କରିଥିଲେ । ଏହାପରେ ସେ ମଶାମରା ତେଲ ପିଇ ଦେଇଥିଲେ। କିଛି ପୋଲିସ  କର୍ମଚାରୀ ତାଙ୍କୁ ଦେଖି ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ । ତେବେ କାଜଲ ପ୍ରେମରେ ପ୍ରତାରିତା ହେବା ପରେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି  ।  ପୁରୁଷ ବନ୍ଧୁଙ୍କ ସହ ଝଗଡା ହେବା ପରେ ସେ କୁଆଡେ ଏପରି ଚରମ ପଦକ୍ଷେପ ନେଇଛନ୍ତି ।

 

Leave A Reply

Your email address will not be published.