ପୁରାତନ ଛାତ୍ରଛାତ୍ରୀଙ୍କୁ ଦେଖି ଉତ୍ସାହିତ ହୋଇପଡ଼ିଲେ ଶିକ୍ଷୟିତ୍ରୀ: ଚୁମ୍ମା ଚୁମ୍ମା ଦେ ଦେ ଚୁମ୍ମା ଗୀତରେ ନାଚି ଉଠିଲେ
ବଲିଉଡରେ ଏମିତି କିଛି ଗୀତ ଅଛି,ଯାହା ବାଜିବାମାତ୍ରେ ଗୋଡ଼ ଆପେ ଆପେ ଉଠିଯାଏ । ସେ ପିଲା ହୁଅନ୍ତୁ ବା ବୟସ୍କ କିମ୍ବା ବୃଦ୍ଧମାନେ ନିଜକୁ ନିୟନ୍ତ୍ରଣ କରିବା ସମସ୍ତଙ୍କ ପାଇଁ କଷ୍ଟକର ହୋଇଯାଏ । ଆଉ ସେମାନେ ଭୁଲିଯାଆନ୍ତି ସ୍ଥାନ,କାଳ, ପାତ୍ର । ଏବେ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଶିକ୍ଷୟିତ୍ରୀ ହଠାତ୍ ମଞ୍ଚ ଉପରକୁ ଯାଇ ଡ଼୍ୟାନ୍ସ କରୁଛନ୍ତି । ତାଙ୍କର ଏପରି ଡ଼୍ୟାନ୍ସ ଦେଖି ସ୍କୁଲ ପରିସର କରତାଳିରେ ଫାଟି ଉଠୁଛୁ ।
ଭିଡ଼ିଓରେ ଦେଖିବାକୁ ମିଳିଛି, ଏକ ବିଦ୍ୟାଳୟର ଆଲୁମିନି-୨୩ ମିଟ୍ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା । ଏହି ସମୟରେ ଜଣେ ଶିକ୍ଷୟିତ୍ରୀ ହଠାତ ମଞ୍ଚ ଉପରକୁ ଉଠିଯାଇଛନ୍ତି । ସମସ୍ତେ କିଛି ବୁଝିବା ପୂର୍ବରୁ ସେ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଗୀତ ଚୁମ୍ମା ଚୁମ୍ମା ଦେ ଦେ ଚୁମ୍ମା ଗୀତରେ ଡ଼୍ୟାନ୍ସ କରିବାକୁ ଲାଗୁଛନ୍ତି । ଶିକ୍ଷୟିତ୍ରୀ ଜଣକ ଡ଼୍ୟାନ୍ସ କରିବା ସମୟରେ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି । ଶିକ୍ଷୟିତ୍ରୀଙ୍କ ଏହି ନାଚ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ଖୁବ୍ ଆକୃଷ୍ଟ କରିଥିଲା । ସମସ୍ତେ ନୃତ୍ୟକୁ ଉପଭୋଗ କରିବା ସହ କରତାଳିରେ ଫାଟି ପଡ଼ିଲା ସମଗ୍ର ସ୍କୁଲ ପରିସର । ଶିକ୍ଷୟିତ୍ରୀଙ୍କ କହିବା କଥା, ନିଜର ପୁରାତନ ଛାତ୍ରଛାତ୍ରୀଙ୍କୁ ଦେଖି ମୁଁ ବହୁତ ଉତ୍ସାହିତ ହୋଇପଡ଼ିଥିଲି । ତେଣୁ ଗୀତ ବାଜିବା କ୍ଷତି ମୁଁ ନିଜକୁ ନିୟନ୍ତ୍ରଣ କରିପାରି ନ ଥିଲି । ତେଣୁ ଖୁସିରେ ମଞ୍ଚକୁ ଯାଇ ଡ଼୍ୟାନ୍ସ କରିବାକୁ ଲାଗିଲି ।
ଶିକ୍ଷୟିତ୍ରୀଙ୍କ ଏହି ନୃତ୍ୟକୁ ଦେଖି ଅନେକ ପ୍ରଶଂସା ବି କରିଛନ୍ତି । ଶିକ୍ଷୟିତ୍ରୀ ଜଣକ ମନରେ ସଙ୍କୋଚ ନ ରଖି ଖୁସିର ସହିତ ନାଚୁଥିବାରୁ ତାଙ୍କ ଡ଼୍ୟାନ୍ସ ସମସ୍ତଙ୍କୁ ପସନ୍ଦ ଆସିଛି ।
Comments are closed.