Latest Odisha News

ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା, ମାଟି ତଳେ ଲୁଚିଛି କି ରହସ୍ୟ ?

କଳାହାଣ୍ଡି : ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା । ମାଟି ତଳେ ଲୁଚିଛି କି ରହସ୍ୟ ? କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା ।

ମହାଲିଙ୍ଗ୍ ଷ୍ଟାଡିୟମ୍ ରୁ ମିଳିଲା ଗଳିତ ମୃତଦେହ । ମୃତଦେହଟି ନିଖୋଜ ମମିତା ମେହେରଙ୍କ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଉଦ୍ଧାର ହୋଇଥିବା ମୃତଦେହର ଡିଏନଏ ଟେଷ୍ଟ କରାଯିବ ବୋଲି ପୋଲିସ କହିଛି । ମୃତଦେହ ଚିହ୍ନଟ ପାଇଁ ମମିତାଙ୍କ ପରିବାର ଲୋକଙ୍କୁ ଡକାଯାଇଛି । ଖେଳ ପଡିଆ ଜଗୁଆଳି ଏବଂ ଜେସିବି ଡ୍ରାଇଭରଙ୍କ ଅଟକ ପରେ ଷ୍ଟାଡିୟମରେ ଖୋଳିବା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ମାଜିଷ୍ଟ୍ରେଟ୍ ଙ୍କ ସହ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଘଟଣାସ୍ଥଳରେ ଉଭୟ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ପୋଲିସ ଉପସ୍ଥିତ ରହିଛନ୍ତି । ଷ୍ଟାଡିୟମରେ ମାଟି ଖୋଳି ଯାଞ୍ଚ କରିବା ପୂର୍ବରୁ ପୋଲିସ ଦୁଇ ଜଣଙ୍କ ଅଟକ ରଖିଥିଲା ।

ନିର୍ମାଣଧୀନ ମହାଲିଙ୍ଗ ସରକାରୀ ହାଇସ୍କୁଲ ଖେଳପଡିଆର ଜଗୁଆଳି ଗୁପ୍ତେ ତାଣ୍ଡି ଏବଂ ସେଠାରେ ନିୟୋଜିତ ଜେସିବି ଡ୍ରାଇଭର ପୁଷ୍କର ଭୋଇଙ୍କୁ ମଧ୍ୟ ପୋଲିସ ଦ୍ବାରା ଅଟକ। ଏମାନଙ୍କ ସୂଚନାକୁ ଆଧାର କରି ପୋଲିସ ଷ୍ଟାଡିୟମ୍ କୁ ସିଲ୍ କରି ଖୋଳିବା ଆରମ୍ଭ କରିଥିଲା ।  ସେଠାରୁ ଗଳିତ ମୃତଦେହ ମିଳିବା ପରେ ଘଟଣା ଆହୁରି ରହସ୍ୟ ଆଡକୁ ଯିବାରେ ଲାଗିଛି ।

Comments are closed.