Latest Odisha News

BREAKING NEWS

ରିଲ୍ସ ମାନିଆ: ଯୁବତୀ ବିକିନ୍ ପିନ୍ଧି ଚିତା ବାଘ ସହ କଲେ ଭିଡ଼ିଓ

ନ୍ୟୁୟର୍କ: ଭିଡିଓ ଏବଂ ରିଲ୍ସ ବନାଇବା ପାଇଁ ଲୋକେଏପରି ଚିନ୍ତାଧାରା ଆପଣାଉଛନ୍ତି, ଯାହା ଭିନ୍ନ ହେବା ସହ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା । ଏହି କାରଣରୁ ପ୍ରତ୍ୟେକ ଦିନ ଏହିପରି ରିଲ୍ ଏବଂ ଭିଡିଓ ଦେଖିବାକୁ ମିଳିଥାଏ ଯାହା ବେଳେବେଳେ ଆଶ୍ଚର୍ଯ୍ୟ ହୋଇଯାଏ । ଅଧିକ ଲାଇକ୍ ଆଶାରେ ଲୋକମାନେ ମଧ୍ୟ ରିସ୍କ ନେଉଥିବାର ଦେଖାଯାଏ । କାରଣ ଜନସାଧାରଣ ମଧ୍ୟ ତାହା ଦେଖିବାକୁ ଚାହାଁନ୍ତି, ଯାହା ଭିନ୍ନ ହୋଇଥାଏ । ଏପରି ଏକ ଭିଡିଓ ଏବେ ଭାଇରାଲ ହେଉଛି ଯେଉଁଠାରେ ଜଣେ ଯୁବତୀ ବିକିନି ପିନ୍ଧି ଚିତା ବାଘ ସହ ଭିଡ଼ିଓ ବନାଉଛନ୍ତି ।

ନ୍ୟୁୟର୍କରେ ରହୁଥିବା ଏହି ଯୁବତୀ ଜଣକ ହେଲେ ରିଧିମା । ସେ ଜଣେ କଣ୍ଟେଣ୍ଟ ରାଇଟର । ପ୍ରତ୍ୟେକ ଦିନ ସେ ନିଜର ଗ୍ଲାମରସ୍ ଲୁକ୍‌ରେ ଭିନ୍ନ ଭିନ୍ନ ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି । ଏବେ ସେ ଏମିତିଏକ ଭିଡ଼ିଓ ସେୟାର କରିଛନ୍ତି, ଯାହାକୁ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରିଧିମା ଏକ ଚିତାବାଘ ସହିତ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି, ଯାହାକୁ ଲୋକେ ବହୁତ ପସନ୍ଦ କରିବା ସହ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।
ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ରିଧିମା ଏକ ବ୍ରାଉନ୍‌କଲର ବିକିନ୍‌ରେ ଚିତାବାଘ ସହ ବସିଛନ୍ତି । ଧୀରେ ଧୀରେ ବାଘ ପିଠିକୁ ଆଉଁସୁଛନ୍ତି । ପରେ ବାଘ ସହ ପାଦରେ ପାଦ ମିଶାଇ ଚାଲୁଛନ୍ତି । ରିଧିମା ବାଘସହିତ ଏମିତି ଚାଲୁଛନ୍ତି ଯେ, ତାଙ୍କ ମନରେ ଭୟ ଥିବା ନଜର ଆସୁ ନାହାନ୍ତି । ସେ ଖୁସିରେ ବାଘ ସହିତ ରିଲ୍ସ କରୁଛନ୍ତି ।
ଏହି ଭିଡ଼ିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି ଏପରି ଭୟଙ୍କର ଜୀବଜନ୍ତୁଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିବା ବେଳେ ଆଉ କେହି ଏହା ଆପଣଙ୍କ ପୋଷା କୁକୁର ନୁହେଁ ବୋଲି କହିଛନ୍ତି । ତାକୁ ଏତେ ଭଲ ପାଅ ନାହିଁ, ଯଦି ସେ ତୁମକୁ ଭଲ ପାଇଯିବ, ତାହାହେଲେ ଜୀବନ ଦେବାକୁ ପଡିବ ବୋଲି କହିଛନ୍ତି ।

Comments are closed.