Latest Odisha News

ସୁବର୍ଣ୍ଣପୁରର ଜିଲ୍ଲା ପାଇଁ ନୁଆଁଖାଇ ଲଗ୍ନ ଧାର୍ଯ୍ୟ

ସୁବର୍ଣ୍ଣପୁର: ଆସୁଛି ପଶ୍ଚିମ ଓଡ଼ିଶାର ବଡ ପର୍ବ ନୂଆଁଖାଇ l ଏଥି ପାଇଁ ଆଜି ପବିତ୍ର ନନ୍ଦୋତ୍ସବ ଅବସରରେ ଜିଲ୍ଲା ପାଇଁ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ l ସହରର ବଡ଼ ଜଗନ୍ନାଥଙ୍କ ମୁକ୍ତି ମଣ୍ଡପ ପଣ୍ଡିତ ମହାସଭାରେ ଧାର୍ଯ୍ୟ ହୋଇଛି ଚଳିତ ବର୍ଷର ଲଗ୍ନ l

ଲଗ୍ନ ମୁତାବକ, ଆସନ୍ତା ସେପ୍ଟେମ୍ବର ୮ ତାରିଖ ପଞ୍ଚମୀ ତିଥିରେ ସକାଳ ୯ଟା୨୩ ରୁ ୯ଟା ୩୭ ମିନିଟ୍ ମଧ୍ୟରେ ନବାର୍ଣ୍ଣ ଲାଗି ହେବା ପାଇଁ ଶୁଭ ମୂହୁର୍ତ୍ତ ବାହାରିଛି l ସେହିପରି ୮ଟା ରୁ ୮ଟା ୫୭ ମିନିଟ୍ ମଧ୍ୟରେ ସମଲେଶ୍ବରୀ ମନ୍ଦିରରୁ ସୁରେଶ୍ବରୀ ମନ୍ଦିରକୁ ପାହୁର ଯାତ୍ରା ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ କରାଯାଇଛି l

ଏଥିପାଇଁ ପୌର ପ୍ରଶାସନ ପକ୍ଷରୁ ପଣ୍ଡିତ ମହାସଭା ଡକାଇ ଲଗ୍ନ ନିର୍ଘଣ୍ଟ କରାଯାଇଛି l ଏହି ଲଗ୍ନ ଅନୁସାରେ ସୋନପୁର ଗଡ଼ଜାତ ସମେତ ପଞ୍ଚରା ଅର୍ଥାତ୍ ବୌଦ୍ଧ ଜିଲ୍ଲାର କିଛି ଅଂଶ ନୂଆଖାଇ ଥାନ୍ତି l ଆଗରୁ ଏହି ଲଗ୍ନ ନିର୍ଘଣ୍ଟ ସୋନପୁର ମହାରାଜା କରୁଥିବା ବେଳେ ଏବେ ପୌର ପରିଷଦ ଏହାର ଦାୟିତ୍ବ ନେଇଛି l

Comments are closed.