Latest Odisha News

BREAKING NEWS

ପାକିସ୍ତାନ ଲାହୋରରେ ଜୋରଦାର ବିସ୍ଫୋରଣ, ଏଣେତେଣେ ଦୌଡ଼ିଲେ ଲୋକେ

ଲାହୋର : ପାକିସ୍ତାନ ଲାହୋରରେ ବିସ୍ଫୋରଣ। ଲାହୋର ସହରର ଡିଫେନ୍ସ ହାଉସିଂ ଅଥରିଟି (DHA) ଅଞ୍ଚଳରେ ବିଳମ୍ୱିତ ରାତିରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଏହି ଶବ୍ଦ ଡ୍ରୋନ ବିସ୍ଫୋରଣ କିମ୍ବା ଯୁଦ୍ଧବିମାନର ସୋନିକ ବୁମ୍‌ ହୋଇପାରେ। ଲାହୋରର ଡିଫେନ୍ସ ହାଉସିଂ ଅଥରିଟି ହେଉଛି ଏକ ସମ୍ୱେଦନଶୀଳ ଅଞ୍ଚଳ, ଯେଉଁଠାରେ ପାକିସ୍ତାନୀ ସେନାର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଧନୀ ଶ୍ରେଣୀର ଲୋକମାନେ ରହନ୍ତି। ଏହି ଘଟଣା ସମ୍ପର୍କରେ ଅଧିକ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ।

ଜାତୀୟ ଗଣମାଧ୍ୟମର ସାମ୍ବାଦିକ ଆଦିତ୍ୟ ରାଜ କୌଲ ଏକ୍ସ  ମାଧ୍ୟମରେ ଏହି ଖବର ସେୟାର କରି କହିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି “#BREAKING: ଲାହୋରର DHAର ୫ରୁ୬ ସ୍ଥାନୀୟ ଲୋକମାନେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣିଛନ୍ତି, ଯାହା ଡ୍ରୋନ ବିସ୍ଫୋରଣ କିମ୍ବା ଯୁଦ୍ଧବିମାନର ସୋନିକ ବୁମ୍‌ ହୋଇପାରେ। ଏହି ଅଞ୍ଚଳରେ ପାକିସ୍ତାନୀ ସେନାର ଅଫିସରମାନେ ରହିଥାନ୍ତି। ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଉଛି।”

ଏହି ଘଟଣା ଏମିତି ସମୟରେ ଘଟିଛି ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଗତ କିଛି ଦିନ ମଧ୍ୟରେ ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ ଅଧୀନରେ ପାକିସ୍ତାନ ଓ ପାକ-ଅଧିକୃତ ଜମ୍ମୁ-କଶ୍ମୀର (PoK)ରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯାଇଥିଲା। ଏହା ପରେ ପାକିସ୍ତାନ ପକ୍ଷରୁ ଭାରତ ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରାଯାଉଛି।  ଯାହାର ଜବାବରେ ଭାରତ ମଧ୍ୟ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି ପରିପ୍ରେକ୍ଷୀରେ ଲାହୋରର ଏହି ଘଟଣାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି।

Comments are closed.