ନୂଆଦିଲ୍ଲୀ: ଲଖିମ୍ପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଡେଙ୍ଗୁରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି।
ସୂଚନାନୁସାରେ, ଆଶିଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ଜେଲ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା।
ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ପୋଲିସ ହେପାଜତରେ ଅଛନ୍ତି। ଉତ୍ତରପ୍ରଦେଶର ଲଖିମ୍ପୁର ଖେରୀର ଟିକୋନିଆରେ ବିରୋଧ କରୁଥିବା ଚାଷୀଙ୍କ ଉପରେ କାର ଚଢାଇବା ହିଂସା ଘଟଣାରେ କୋର୍ଟ ଆଶିଷଙ୍କୁ ପୋଲିସ ହେପାଜତକୁ ପଠାଇଥିଲେ।
Comments are closed.