Latest Odisha News

BREAKING NEWS

ରୋଡ ଟ୍ରିପ୍ ନିଶା, କାର ଯୋଗେ ଆମେରିକାରୁ ପଞ୍ଜାବ ପହଞ୍ଚିଲେ ଲଖବିନ୍ଦର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୁଲା ବୁଲି କରିବାକୁ ପ୍ରାୟ ସମସ୍ତେ ଭଲ ପାଅନ୍ତି। ରୋଡ୍ ଟ୍ରିପ୍ ହେଲେ ତ’ ତା ମଜା ଆହୁରି ନିଆରା। ହେଲେ ଆମେ ଆଖପାଖ ସ୍ଥାନକୁ ଯାଇ ରୋଡ ଟ୍ରିପର ଆନନ୍ଦ ଉଠାଇଥାଉ। କିନ୍ତୁ ଯାଇ ଯାଇ କେତେ ବାଟ ଯାଇପାରିବା ? ଅତି କମରେ ଗୋଟିଏ ସହରରୁ ଅନ୍ୟ ସହରକୁ ଅଥବା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କିମ୍ବା ଦେଶର ଗୋଟିଏ ପ୍ରାନ୍ତରୁ ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ଯାଇପାରିବା। କିନ୍ତୁ ପଞ୍ଜାବର ଜଣେ ସାହେବ ଅଛନ୍ତି ଯିଏ ଆମେରିକାରୁ ଭାରତକୁ ଆସିବା ପାଇଁ ସାତ ସମୁଦ୍ର ପାର କରି ନିଜ କାର ଯୋଗେ ରୋଡ ଟ୍ରିପ କରିଛନ୍ତି। ଯାହା ଏବେ ସମସ୍ତଙ୍କୁ ଚକିତ କରିଛି।

ପଞ୍ଜାବର ଜଳନ୍ଧର ବାସିନ୍ଦା ଲଖବିନ୍ଦର ସିଂ ନିଜ କାରରେ ଏକ ସଡ଼କ ଯାତ୍ରା ମାଧ୍ୟମରେ ଆମେରିକାରୁ ଜଳନ୍ଧର ଯାତ୍ରା କରିଛନ୍ତି। ସେ ଆମେରିକାର କାଲିଫର୍ନିଆରେ ଅବସ୍ଥିତ ସାକ୍ରାମେଣ୍ଟୋ ସହରରେ ରୁହନ୍ତି ଏବଂ ତାଙ୍କ ପରିବାର ସେଠାରେ ବ୍ୟବସାୟ କରନ୍ତି। ଲଖବିନ୍ଦର କରୋନା ସମୟରେ ନିଷ୍ପତ୍ତି ନେଇଥିଲେ ଯେ ସେ ତାଙ୍କ କାରରେ ନିଜ ଗାଁକୁ ଯିବେ। କିନ୍ତୁ କୌଣସି କାରଣରୁ ସେତେବେଳେ ଆସିପାରିନଥିଲେ। ଏହା ପରେ ସେ ବର୍ତ୍ତମାନ ଏହି ଯାତ୍ରା ଶେଷ କରିଛନ୍ତି। ଲଖବିନ୍ଦରଙ୍କ ଏହି କାର ଯାତ୍ରା ଏବେ ଚାରିଆଡେ ଭାଇରାଲ ହେଉଛି। ତାଙ୍କର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ତାଙ୍କ କାର ସହିତ ସେ ନଜର ଆସିଛନ୍ତି।

ଲଖବିନ୍ଦର ସିଂ ୩୪ ଦିନରେ ୨୦ ଟି ଦେଶ ଗସ୍ତ କରି ୨୦ ହଜାର କିଲୋମିଟର ଯାତ୍ରା କରିବା ପରେ ଭାରତ ପହଞ୍ଚିଥିଲେ। ଏହି ସମୟରେ ସେ ରାସ୍ତାରେ ସମସ୍ତ ଦେଶର ଲୋକଙ୍କ ସହ ସାକ୍ଷାତ କରିଥିଲେ। ଶେଷରେ ଲଖବିନ୍ଦର ଆମେରିକାର କାଲିଫର୍ନିଆରୁ ବାହାରି ପ୍ରାୟ ଦେଢ଼ ମାସ ମଧ୍ୟରେ ଜଲନ୍ଧରରେ ପହଞ୍ଚିଥିଲେ। ପ୍ରଥମେ ସେ ସମୁଦ୍ର ଜାହାଜ ଦ୍ୱାରା ଆମେରିକାରୁ ବ୍ରିଟେନ ଯାତ୍ରା କରି ଜାହାଜରେ ନିଜ କାର ଆଣିଥିଲେ। ଏହା ପରେ ସେ ବ୍ରିଟେନରୁ ସଡ଼କ ଯାତ୍ରା ଆରମ୍ଭ କରି ଭାରତରେ ଆସି ପହଞ୍ଚିଥିଲେ।

ସେ ଆମେରିକାରୁ ବ୍ରିଟେନ, ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରିଆ, ସ୍ୱିଜରଲ୍ୟାଣ୍ଡ, ହଙ୍ଗେରୀ, ତୁର୍କୀ, ଇରାନ ଏବଂ ପାକିସ୍ଥାନ ଦେଇ ଭାରତ ପହଞ୍ଚିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଲାଖବିନ୍ଦର କହିଛନ୍ତି ଯେ ଇରାନରେ ଆମେରିକୀୟ କାରକୁ ଅନୁମତି ଦିଆଯାଇ ନଥିବାରୁ ସେଠାରେ ସେ ସାମାନ୍ୟ ବିଚଳିତ ହୋଇପଡିଥିଲେ। ସେଥିପାଇଁ କାରକୁ ଟ୍ୟାକ୍ସିରେ ବନ୍ଧି ଆଣିବାକୁ ପଡିଲା। ପରେ ପରେ ସେ ଯେତେବେଳେ ପାକିସ୍ତାନ ପହଞ୍ଚିଥିଲେ ସେଠାରେ ଲଖବିନ୍ଦରଙ୍କୁ ବହୁତ ପ୍ରେମ ମିଳିଥିଲା।

ଲଖବିନ୍ଦର ସିଂ ଏହା ମଧ୍ୟ କହିଛନ୍ତି ଯେ ୟୁରୋପର ଦେଶଗୁଡିକ ବହୁତ ଛୋଟ। ସେ ବହୁତ କମ ସମୟ ମଧ୍ୟରେ ଏହି ଦେଶଗୁଡିକ ଅତିକ୍ରମ କରିଦେଇଥଇଲେ। ତେବେ ଲଖବିନ୍ଦର କହିଛନ୍ତି ଯେ ସେ ପାକିସ୍ତାନରେ ମୋଟ ୧୪ ଦିନ ବିତାଇଥିଲେ। ଏହି ଚଉଦ ଦିନରେ ସେ ଅନେକ ସ୍ଥାନ ପରିଦର୍ଶନ କରିଥିଲେ।

Comments are closed.