Latest Odisha News

BREAKING NEWS

ପଦକ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛନ୍ତି ସେନ

ପ୍ୟାରିସ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଧିରେ ଧିରେ ପଦକ ହାସଲ ଦିଗରେ ଅଗ୍ରସର ହେଉଛନ୍ତି । ଗୁରୁବାର ଅନୁଷ୍ଠିତ ପ୍ରିକ୍ୱାର୍ଟର ଫାଇନାଲ ମୁକାବିଲାରେ ସେ ନିଜ ଦେଶର ଏଚଏସ ପ୍ରଣୟଙ୍କୁ ସହଜରେ ପରାସ୍ତ କରିଛନ୍ତି । କ୍ରମାଗତ ୨ଟି ଗେମରେ ୨୧-୧୨ ଓ ୨୧-୬ରେ ସେ ମ୍ୟାଚକୁ ଜିତି ନେଇଥିଲେ । ସମ୍ପୂର୍ଣ୍ଣ ମ୍ୟାଚରେ ତାଙ୍କ ପ୍ରଭାବ ଦେଖିବାକୁ ମିଳିଥିଲା । ଅପରପକ୍ଷରେ ଆଘାତ ସମସ୍ୟାରୁ ପ୍ରଣୟ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନ ଥିବା ଜଣା ପଡୁଥିଲା । ଲକ୍ଷ୍ୟ ପରବର୍ତୀ ରାଉଣ୍ଡରେ ଚାଇନିଜ ତାଇପେର ଚୋଉ ସିଏନ ଚେନଙ୍କୁ ଭେଟି ପାରନ୍ତି ।

ସିଏନଙ୍କ ବିପକ୍ଷରେ ଲକ୍ଷ୍ୟଙ୍କ ପ୍ରଦର୍ଶନ ସେତେଟା ପ୍ରଶଂସନୀୟ ରହି ନାହିଁ । ଉଭୟଙ୍କ ମଧ୍ୟରେ ୪ଟି ମୁକାବିଲରୁ ସେନ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି । ତେବେ ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ଓ ଚିରାଗ ଶେଟ୍ଟୀ କ୍ୱାର୍ଟର ଫାଇନାଲରୁ ବିଦା ନେବା ଏବଂ ମହିଳା ବକ୍ସିଂରେ ନିଖତ ଜରୀନ ପରାଜିତ ହେବା ପ୍ରଶଂସଙ୍କୁ ନିରାଶ କରିଛି ।

Comments are closed.