ଲଣ୍ଡନ: ଇଂଲଣ୍ଡ ବର୍ମିଂହାମରେ ଖେଳା ଯାଉଥିବା ଅଲ ଇଂଲଣ୍ଡ ଓପନ ବ୍ୟାଡମିଂଟନ ଚାମ୍ପିୟନଶିପର ଫାଇନାଲରେ ଭାରତର ଷ୍ଟାର ଖେଳାଳି ଲକ୍ଷ୍ୟ ସେନ ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଲକ୍ଷ୍ୟ ଚମତ୍କାର ପ୍ରଦର୍ଶନ କରି କାନାଡାର ଭିକ୍ଟର ଲାଇଙ୍କୁ ୨-୧ ସେଟରେ ବିଜୟ ହାସଲ କରିଥିଲେ । ଲକ୍ଷ୍ୟ ୨୧-୧୬ରେ ପ୍ରଥମ ସେଟରେ ବିଜୟ ହାସଲ କରିଥିଲେ । ଭିକ୍ଟର ୧୮-୨୧ରେ ଦ୍ୱିତୀୟ ସେଟକୁ ଜିତି ମ୍ୟାଚରେ ରୋମାଂଚ ଭରିଥିଲେ ।
ନିର୍ଣ୍ଣାୟକ ତୃତୀୟ ସେଟରେ ଲକ୍ଷ୍ୟ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ କୌଣସି ସୁଯୋଗ ନ ଦେଇ ୨୧-୧୫ରେ ଜିତିବା ସହ ମ୍ୟାଚରେ ବିଜୟ ହାସଲ କରିଥିଲେ । ଫାଇନାଲରେ ଲକ୍ଷ୍ୟ ଚାଇନିଜ ତାଇପେର ଲିନ ଚୁନ ୟିଙ୍କୁ ଭେଟିବେ । ଭାରତର ମହାନ ଖେଳାଳି ପ୍ରକାଶ ପାଦୁକୋନ ୧୯୮୦ରେ ଏବଂ ୨୦୦୧ରେ ପୁଲେଲା ଗୋପୀଚାନ୍ଦ ଟାଇଟଲ ଜିିତିଥିଲେ । ଲକ୍ଷ୍ୟ ଫାଇନାଲରେ ବିଜୟ ହାସଲ କଲେ ତୃତୀୟ ଖେଳାଳି ଭାବେ ଟାଇଟଲ ଜିତିବେ ।