Latest Odisha News

BREAKING NEWS

ହଂକଂ ଓପନ ଫାଇନାଲରେ ଲକ୍ଷ୍ୟ ସେନ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ହଂକଂ ଓପନ ସୁପର ୫୦୦ର ଫାଇନାଲରେ ପ୍ରବେଶ କରିଛନ୍ତି । ଚାଇନିଜ ତାଇପେର ଶୋଉ ସିଏନ ଚେନଙ୍କୁ ସେ ସେମିଫାଇନାଲରେ ୨୩-୨୧ ଓ ୨୨-୨୦ରେ ପରାସ୍ତ କରିଥିଲେ । ୨ଟି ଯାକ ଗେମ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ୩୫ ବର୍ଷୀୟ ଶୋଉ ସାମାନ୍ୟ ତ୍ରୁଟି କରିବା ଯୋଗୁ ମ୍ୟାଚ ହାତଛଡା କରିଥିଲେ । ଅପରପକ୍ଷରେ ଲକ୍ଷ୍ୟ ଭଲ ପ୍ରଦର୍ଶନ କରିବା ସହ ତାଙ୍କୁ କିଛି ମାତ୍ରାରେ ଭାଗ୍ୟ ମଧ୍ୟ ସହାୟ ହୋଇଥିଲା ।

ଫାଇନାଲରେ ସେ ଚୀନର ଲି ଶିଫେଙ୍ଗଙ୍କୁ ଭେଟିବେ । ଶିଫେଙ୍ଗ ଅନ୍ୟ ଏକ ସେମି ଫାଇନାଲରେ ଫ୍ରାନ୍ସର କ୍ରିଷ୍ଟୋ ପୋପୋଭଙ୍କୁ ୨୧-୧୮ ଓ ୨୧-୧୯ରେ ପରାସ୍ତ କରିଥିଲେ । ଜୁଲାଇ ୨୩ରେ ଲକ୍ଷ୍ୟ କାନାଡା ଓପନ ସୁପର ୫୦୦ରେ ଟାଇଟଲ ହାସଲ କରିଥିଲେ । ଏହା ପରେ ସେ ଆଉ ଏହି ବିଭାଗରେ ଟାଇଟଲ ଜିତି ନାହାନ୍ତି । ଗତ ଡିସେମ୍ବରରେ ସେ ସୁପର ୩୦୦ ସୟେଦ ମୋଦି ଇଂଟରନ୍ୟାଶନାଲ ମୁକାବିଲାରେ ଟାଇଟଲ ଜିତିଥିଲେ

Comments are closed.