Latest Odisha News

BREAKING NEWS

ରାମମନ୍ଦିରେ ପୂଜା ପାଇବ ପ୍ରଭୁ ଶ୍ରୀରାମଙ୍କ ସୁନାରେ ତିଆରି ଚରଣ ପାଦୁକା: ସାରା ଦେଶ ବୁଲିବା ପରେ ଅଯୋଧ୍ୟାକୁ ଆସିବ

ନୂଆଦିଲ୍ଲୀ:ଅଯୋଧ୍ୟା ରାମମନ୍ଦିର ଉଦଘାଟନ ଜାନୁଆରୀ ୨୨ ତାରିଖରେ କରାଯିବ । ଦିନ ପାଖେଇ ଆସୁଥିବାବେଳେ ପ୍ରସ୍ତୁତି ଜୋରଦାର ହୋଇଛି । ଇତି ମଧ୍ୟରେ ରାମ ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲି ମନୋହର ଯୋଶୀଙ୍କୁ ଉଦଘାଟନ ସମାରୋହକୁ ନ ଆସିବା ପାଇଁ ଅନୁରୋଧ କରିଛନ୍ତି ।

ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚମ୍ପତ ରାୟ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମୁରଲୀ ମନୋହର ଯୋଶୀ ଏବଂ ଲାଲକୃ୍ଷ୍ଣ ଆଡଭାନୀ  ସ୍ୱାସ୍ଥ୍ୟ ଏବଂ ବୟସ  ଦୃଷ୍ଟିରେ ଉଦଘାଟନ ସମାରୋହରେ ସାମିଲ ନ ହୋଇ ପାରିବେ ନାହିଁ । ବୟସକୁ ଦୃଷ୍ଟିରେ ରଖି ଉଭୟଙ୍କୁ ସମାରୋହରେ ସାମିଲ ନ ହେବାକୁ ଅନୁରୋଧ କରାଯାଇଛି । ଉଭୟେ ଏହାକୁ ସ୍ୱୀକାର ମଧ୍ୟ କରିଛନ୍ତି ।

 

ସୂଚନାଥାଉ କି, ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଛି । ଭଗବାନ ରାମଙ୍କ ଚରଣ ପାଦୁକା ଏଠରେ ରଖାଯିବ । ଏହି ପାଦୁକା ସାରା ଦେଶ ଭ୍ରମଣ କରାଯିବ  । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅର୍ଥାତ ଜାନୁଆରୀ ୧୯ରେ ଏହା ଅଯୋଧ୍ୟାରେ ପହଞ୍ଚିବ । ଏହି ପାଦୁକାକୁ ହାଇଦ୍ରାବାଦର ଶ୍ରୀଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ତିଆରି କରିଛନ୍ତି । ଡିସେମ୍ବର ୧୭ ତାରିଖରେ ଏହାକୁ ରାମେଶ୍ୱର ଧାମରୁ  ଅହମ୍ମଦାବାଦ ଅଣାଯାଇଛି । ଏହାପରେ ପାଦୁକାକୁ ବଦ୍ରିନାଥ ଧାମ ନିଆଯିବ ।

ଏଠି କହିରଖିବୁ, ଏହି ଚରଣ ପାଦୁକା ଏକ କିଲୋ ସୁନା ଏବଂ ୭ କିଲୋ ରୂପାରେ ତିଆରି କରାଯାଇଛି । ଏହା ବ୍ୟତୀତ ମୂଲ୍ୟବାନ ପଥର ମଧ୍ୟ ଲାଗିଛି ।

Leave A Reply

Your email address will not be published.