Latest Odisha News

BREAKING NEWS

ଚଳିତ ମାସରେ ସରିବ ଏକାମ୍ରକ୍ଷେତ୍ର ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ

ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ଐତିହ୍ୟ ପ୍ରକଳ୍ପ ପାଇଁ ୯୦ ପ୍ରତିଶତ ଜମି ଅଧିଗ୍ରହଣ ସରିଛି। ଚଳିତ ମାସ ଶେଷ ସୁଦ୍ଧା ବାକି ଥିବା ଜମିର ଅଧିଗ୍ରହଣ କାମ ଶେଷ ହେବ। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ସାନିଟାରିୟମ୍ ଛକରୁ ଲିଙ୍ଗରାଜ ମନ୍ଦିର ଯାଏ ୬୦ ଫୁଟର ବିକଳ୍ପ ରାସ୍ତାର ନିର୍ମାଣ କାମ ଆରମ୍ଭ ହୋଇ ସାରିଛି।

ବିକଳ୍ପ ରାସ୍ତା ଯୋଗୁ ପଥଚାରୀ ଓ ଶ୍ରଦ୍ଧାଳୁ ସହଜରେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିପାରିବେ। ସେହିପରି ଜମି ଅଧିଗ୍ରହଣ ପ୍ରକ୍ରିୟାରେ ବରିଷ୍ଠ ନାଗରିକ ଯେପରି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ କାଗଜପତ୍ର କାମ ପାଇଁ ସେମାନଙ୍କ ପାଖରେ ପହଞ୍ଚୁଛି ପୋଲିସ।

ପ୍ରଶାସନ ପକ୍ଷରୁ ଦୋକାନ ଓ ବ୍ୟବସାୟୀଙ୍କୁ ଏକ ପ୍ରକାର ନାମଫଳକ ବ୍ୟବହାର ପାଇଁ ଅନୁରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଫାଇଭ ଟି ଅଧୀନରେ ଲିଙ୍ଗରାଜ ମନ୍ଦିର ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ନିକଟରେ ଏକାମ୍ରକ୍ଷେତ୍ର ଯୋଜନାରେ ଚାଲିଥିବା ପ୍ରକଳ୍ପ ବୁଲି ଦେଖିବା ସହ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ସମୀକ୍ଷା କରିଥିଲେ ଫାଇଭ ଟି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ।

ଙ୍ଗରାଜମନ୍ଦିର ପାଇଁ ସରକାର ସ୍ବତନ୍ତ୍ର ଆଇନ ଆଣ

Leave A Reply

Your email address will not be published.