Latest Odisha News

ଓଟିଭି ସାରୁଆ ଜମି ଦୁର୍ନୀତି ମାମଲା: ଇସ୍ତଫା ଦେଲେ ସାରୁଆ ମହିଳା ସମିତିର ଅଧ୍ୟକ୍ଷା ସମେତ କର୍ମକର୍ତ୍ତା

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅରେ ଜମି କେଳେଙ୍କାରୀ ମାମଲାରେ ବଢିଲା ଓଟିଭି ଏମଡି ଜାଗି ମଙ୍ଗତପଣ୍ଡାଙ୍କ ଅଡୁଆ। ସାରୁଅ ମହିଳା ସମିତିରୁ ଇସ୍ତଫା ଦେଲେ ଅଧ୍ୟକ୍ଷାଙ୍କ ସହ ସମିତି କର୍ମକର୍ତ୍ତା । ସମିତିର ସଭାପତି ଜୟନ୍ତୀ ସାହୁ , କୋଷାଧ୍ୟକ୍ଷ ରଶ୍ମୀତା ମହାଭୋଇ  ଏବଂ ଅନ୍ୟ ୪ଜଣ ସଦସ୍ୟ ଇସ୍ତାଫ ଦେଇଛନ୍ତି । ଓଡିଶା ଇମ୍ଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଏମ୍‌ଡିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ଓଟିଭି ଏମଡିଙ୍କ ପାଖକୁ ପଠାଇଥିବା ପତ୍ରରେ ସେମାନେ ଅଭିଯୋଗ କରିଛନ୍ତି ଯେ, ଦଳିତଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଓଟିଭି କର୍ତ୍ତୃପକ୍ଷ ଶାଗମାଛ ଦରରେ ଜମି କିଣିନେଇଛନ୍ତି । ଦଳିତଙ୍କୁ ଦେଇଥିବା ପ୍ରତିଶ୍ରୃତି ରକ୍ଷା କରାଯାଇନାହିଁ । ଏହାର ପ୍ରତିବାଦରେ ସେମାନେ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ସାରୁଆରେ ଓଟଭି କର୍ତ୍ତୃପକ୍ଷଙ୍କ ଜମି ହଡପ କରିଥିବା ଅଭିଯୋଗ ହୋଇଥିଲା ।

ଫଳରେ ସ୍ଥାନୀୟ ଲୋକେ ନିଜ ଚାଷଜମି ଓ ପୋଖରୀକୁ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଥିବା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପ୍ରଶାସନ ମାପଚୁପ କରି ବିବାଦୀୟ ପାଚେରୀକୁ ଭାଙ୍ଗିଥିଲା । ବିବାଦୀୟ ଜମିରେ ସାରୁଅ ମହିଳା ସମିତି ନାଁରେ ଏକ ଘର ନିର୍ମାଣ କରାଯାଇଥିଲା । ମହିଳା ସମିତି ଘର ଚାରିପାଖରେ ବିରାଟ ପାଚେରି ନିର୍ମାଣ କରାଯାଇଥିଲା ।

Leave A Reply

Your email address will not be published.