Latest Odisha News

ମୃତ ଲୋକ ନାଁରେ ଜମି ବିକ୍ରୟ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା ବାଇସିଙ୍ଗା ଗାଁରେ ମୃତ ଲୋକ ନାଁରେ ଜମି ବିକ୍ରୟ ଘଟଣା । ଆଉ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ଗିରଫ ଅଭିଯୁକ୍ତ ହେଲେ କାମାକ୍ଷାନଗର ଥାନା ମହୁଲପାଳ ଗାଁର ଦେବବ୍ରତ ଲେଙ୍କା ।

ଦେବବ୍ରତ ନକଲି ଆଧାର କାର୍ଡ଼ ତିଆରି କରି ଜମି ବିକ୍ରୟ କାର୍ଯ୍ୟରେ ସମ୍ପୃକ୍ତ ଥିଲେ । ତାଙ୍କ ଦୋକାନରେ ଥିବା ଗୋଟିଏ ଲାପଟପ, ପ୍ରିଣ୍ଟର ବହୁ ନକଲି ଆଧାର କାର୍ଡ଼ ଓ ଦସ୍ତାବିଜକୁ ଜବତ କରିଛି ପୋଲିସ । ସୂଚନା ଅନୁସାରେ, ବାଇସିଙ୍ଗା ଗାଁ ଜମି ଜାଲିଆତି କରି ମୃତ ଲୋକ ନାଁରେ ବିକ୍ରୟ ଘଟଣାରେ ପୂର୍ବରୁ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Comments are closed.