Latest Odisha News

BREAKING NEWS

ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଲ୍ୟାଣ୍ଡ ସବ କମିଟି ବୈଠକ ଶେଷ

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଲ୍ୟାଣ୍ଡ ସବ କମିଟି ବୈଠକ ଶେଷ । ଦୀର୍ଘ ଦିନ ଧରି ମହାପ୍ରଭୁଙ୍କ ଜମିରେ ବସବାସ କରୁଥିବା ହିତାଧିକାରୀମାନେ ପଟ୍ଟା ପାଇବା ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କରି ଶ୍ରୀମନ୍ଦିର ପ୍ରଶାସନଠାରୁ ପଟ୍ଟା ନେବାକୁ ଆବେଦନ କରିଥିବା ବେଳେ ଜିଲ୍ଲା ଲ୍ୟାଣ୍ଡ କମିଟିର ଅନୁମୋଦନ କ୍ରମେ ସେଥିମଧ୍ୟରୁ ଭୁବନେଶ୍ଵର ଓ କଟକ ମହାପ୍ରଭୁଙ୍କ ନାମରେ ଥିବା ଦୁଇଟି ଜମି ବିକ୍ରି କରାଯାଇ ପଟ୍ଟା ଦେବା ପାଇଁ ନିଷ୍ପତ୍ତି ଗୃହୀତ ହୋଇଛି।

ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହାର ଅନୁମୋଦନ କରାଯିବ। ତେବେ ଅନେକ ବ୍ୟକ୍ତି ଜିଲା ଲ୍ୟାଣ୍ଡ କମିଟିରେ ପ୍ରଥମେ ଅନୁମୋଦନ ବିନା ସିଧାସଳଖ ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିଥିବା ଦରଖାସ୍ତକୁ ବାତିଲ କରଯାଇଛି। ପ୍ରଥମେ ଜିଲ୍ଲା ଲ୍ୟାଣ୍ଡ କମିଟିର ଅନୁମୋଦନ ଆଣି ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିବାକୁ କୁହାଯାଇଛି। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ଉଚ୍ଛେଦ ହୋଇଥିବା ମଠ ଗୁଡିକର ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ହୋଇଛି। କେଉଁ ମଠକୁ କେତେ ଜମି ଦିଆଯିବ, କେତେ ଜମି ମାଗଣା ପ୍ରଦାନ କରାଯିବ, ସେ ବାବଦରେ ନିଷ୍ପତ୍ତି ପାଇଁ ଏକ ସବ୍ କମିଟି ଗଠନ ହେଇଛି।

ଏହି କମିଟିର ନିଷ୍ପତ୍ତି, ଅନୁଧ୍ୟାନ ପରେ ବିଭିନ୍ନ ମଠର ପୁନରୁଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ ହେବ। ସେହିପରି ନିଳାଦ୍ରୀ ଭକ୍ତ ନିବାସ ନିକଟରେ ଥିବା ଖାଲି ସ୍ଥାନରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରବଚନ ଗୃହ ନିର୍ମାଣ ହେବାନେଇ ବୈଠକରେ ନିଷ୍ପତ୍ତି ହୋଇଛି। ସେଠାରେ ଅଧିକ ଲୋକ ବସିବା ଭଳି ଗୃହ ସହ, ଭୋଜନ କକ୍ଷ, ରୋଷେଇ ପାଇଁ ଗୃହ, ରହିବା ପାଇଁ ୧୫୦ଟି କୋଠରି ନିର୍ମାଣ ହେବା ନେଇ ଏକ ପ୍ରସ୍ତାବ ଅଣାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ପରେ ଏହି କାର୍ଯ୍ୟ ହେବ। ସେପଟେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ସଂରକ୍ଷିତ ଥିବା ବେଳେ ହାଇକୋର୍ଟ ଯାହା ନିର୍ଦେଶ ଦେବେ ତାହା ପାଳନ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି।

Leave A Reply

Your email address will not be published.