Latest Odisha News

ଭଡା ନ ଦେବାରୁ କବାଟ କାଟିଦେଲେ ଘର ମାଲିକ

ଆଜିକାଲି ଲୋକମାନେ ଘର ଭଡା ଦେଇ ଭଲ ଦି ପଇସା ରୋଜଗାର କରୁଛନ୍ତି । କେବଳ ଭଡାରୁ ହିଁ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହୋଇପାରୁଛି । ତେବେ ବେଳେବେଳେ ଭଡାକୁ ନେଇ ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ବଚସା ହେଉଥିବା ଦେଖିବାକୁ ମିଳିଥାଏ । ନିକଟରେ ଏପରି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଠି ଭଡାଟିଆ ଘର ଭଡା ନ ଦେବାରୁ ଘର ମାଲିକ କରତରେ କବାଟକୁ କାଟି ଦେଇଛନ୍ତି ।

ଘର ମାଲିକ ସାମୁଏଲ ଲିଡସ ତାଙ୍କ ଘରକୁ ଜଣେ ବ୍ୟକ୍ତିଙ୍କୁ ଭଡା ଦେଇଥିଲେ । କିନ୍ତୁ ସେ ବହୁ ମାସ ଧରି ତାଙ୍କୁ ଘରଭଡା ଦେଉ ନ ଥିଲେ । ଯେଉଁଥିପାଇଁ ସାମୁଏଲ ରାଗିଯାଇ ଭଡାଟିଆଙ୍କୁ ଅନେକ ଥର ଘର ଖାଲି କରିବାକୁ କହିଥିଲେ । ହେଲେ ଭଡାଟିଆ କିଛି ଶୁଣିି ନ ଥିଲେ । ପରେ ବ୍ୟକ୍ତିଜଣକ ସାମୁଏଲଙ୍କୁ ନ ଜଣାଇ ଘରର ତାଲା ବଦଳାଇ ଦେଇଥିଲେ । ଏଭଳି ପରିସ୍ଥିତିରେ ସାମୁଏଲ ରାଗିଯାଇ ଏକ କରତ ଦ୍ୱାରା ଘରର କବାଟ କାଟି ଦେଇଥିଲେ । ଯାହାର ଭିଡିଓ ସେ ନିଜେ ହିଁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ଏହାପରେ, ସାମୁଏଲ ପୋଲିସକୁ ଘରକୁ ଡାକିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା କଣ ଜାଣିବା ପରେ ଭଡାଟିଆଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା ।

Comments are closed.