Latest Odisha News

BREAKING NEWS

ଘରଭଡ଼ା ପାଇଁ ଇଣ୍ଟରଭ୍ୟୁ ଦେଲେ ମହିଳା

ବେଙ୍ଗାଲୁର: ଆଜିକାଲି ଲୋକେ ଚାକିରି ହେଉ ବା ବ୍ୟବସାୟ ପାଇଁ ସହର ମୁହାଁ ହେଉଛନ୍ତି । ଘର କିଣିବା ସମ୍ଭବ ନ ହେବାରୁ ବାଧ୍ୟ ହୋଇ ଭଡ଼ା ଘରେ ରହିଥାନ୍ତି । ଏଥିଲାଗି ଭଡ଼ାଟିଆଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏବେ ନିକଟରେ ଘରମାଲିକ ଓ ଭଡ଼ାଟିଆଙ୍କୁ ନେଇ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ଘରଭଡ଼ା ନେବା ପାଇଁ ମାଲିକଙ୍କ କଠିନ ପ୍ରଶ୍ନବାଣର ଶିକାର ହୋଇଛନ୍ତି । ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେଉଛି ।

ଏବେ ବେଙ୍ଗାଲୁରୁରେ ଘରଭଡ଼ା ଦିନକୁ ଦିନ ଯେତିକି ବୃଦ୍ଧି ପାଉଛି ସେତିକି ଭଡ଼ାଟିଆଙ୍କ ସଂଖ୍ୟା ବି ବଢ଼ୁଛି । ଏଠାରେ ଜଣେ ମହିଳା ଘରଭଡ଼ା ନେବା ପାଇଁ ମାଲିକଙ୍କ ପ୍ରଶ୍ନବାଣର ଶିକାର ହୋଇଥିଲେ । କେବଳ ଏତିକି ନୁହେଁ ଭଡ଼ାଦେବା ପୂର୍ବରୁ ମହିଳାଙ୍କ ନେଇଥିବା ଇଣ୍ଟରଭ୍ୟୁର ଉତ୍ତର ଅତି ମାର୍ଜିତ ଶୈଳୀରେ ହ୍ୱାଟସଅପରେ ସେୟାର କରିଛନ୍ତି ।

ସେ ଲେଖିଛନ୍ତି, ଘରଭଡ଼ା ପାଇଁ ମୋତେ ମାଲିକଙ୍କ ଇଣ୍ଟରଭ୍ୟୁର ସାମ୍ନା କରିବାକୁ ପଡିଛି । ଘର ମାଲିକଙ୍କ ତରଫରୁ ଇସୁଙ୍କୁ ଏକ ହ୍ୱାଟସଅପ ମେସେଜ ଆସିଥିଲା । ଯାହାର ସ୍କ୍ରିନସଟ ଇସୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ମାଲିକ ମହିଳା ଭଡ଼ାଟିଆଙ୍କ ଇଣ୍ଟରଭ୍ୟୁ ନେବା ପରେ ଲେଖିଛନ୍ତି, ‘ଆଜି ଆପଣଙ୍କୁ ଭେଟି ଖୁସି ଲାଗିଲା । ତେବେ ସାକ୍ଷାତକାର ସମୟରେ ମୁଁ କହିଥିଲି, ଯେଉଁମାନେ ଏହି ଘରଭଡ଼ାରେ ନେବାକୁ ଚାହୁଁଛନ୍ତି । ସେମାନଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରୁଛି ।

ଏହି ସାକ୍ଷାତକାରରେ ମୁଁ ଅନେକ ଲୋକଙ୍କୁ ଭେଟିବା ପରେ କିଏ ମୋର ଘରର ସଠିକ୍‌? ଭାବେ ଧ୍ୟାନ ରଖିପାରିବ ସେଥିପାଇଁ ଗୋଟିଏ ସର୍ଟଲିଷ୍ଟ ପ୍ରସ୍ତୁତ କରିଛି । ଯେଉଁଥିରେ ଆପଣଙ୍କ ନମ୍ବର ପ୍ରଥମରେ ରହିଛି ।’

Comments are closed.