Latest Odisha News

BREAKING NEWS

ନିଜ ଜାଲରେ ନିଜେ ଫସିଲେ ମାଓବାଦୀ; ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ମୃତ  

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ଜଣେ ହାଡକୋର ନକ୍ସଲ ପ୍ରାଣ ହରାଇଥିବା ଜଣାପଡିଛି।

ସୂଚନାନୁସାରେ, ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଲେଣ୍ଡମାଇନ ଲଗାଉଥିଲେ। ହରିପାଲ ଠାରୁ ବେଚେପାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଥିବା ବେଳେ ନକ୍ସଲ ମାନେ ସେଠାରେ ଲେଣ୍ଡମାଇନ ଲଗାଇଲେ । ଏହି ସମୟରେ ବିସ୍ଫୋରଣ ଘଟି ନକ୍ସଲ ପନ୍ଥିଙ୍କ ଆଇଇଡି ଏକ୍ସକୋର୍ଟ ସୁନିଲ ପଦମ ପ୍ରାଣ ହରାଇଥିବା ସୂଚନା ମିଳିଛି ।

Comments are closed.