Latest Odisha News

BREAKING NEWS

ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ପୋରଣ, ୨ ଯବାନ ଆହତ

ବୌଦ୍ଧ: ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ନଳୀ କୁମ୍ପା ବଲମତୁମା ଜଙ୍ଗଲରେ ଏସଓଜି ଯବାନଙ୍କ ସର୍ଚ୍ଚ ଅପେରସନ ବେଳେ ଏହି ଲ୍ୟାଣ୍ଡମାଇନ ବିସ୍ପୋରଣ ହୋଇଥିବା ଜଣାପଡିଛି I ଏଥିରେ ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଚିକିତ୍ସା ଦେବା ପାଇଁ ପୋଲିସ୍ ଓ ଡାକ୍ତରି ଟିମ୍ ଘଟଣସ୍ଥଳକୁ ଯାଇଥିବା ସୂଚନା ମିଳିଛି ।

ଆଜି ସକାଳେ ଯବାନ ମାନେ ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ । ପୂର୍ବରୁ ନକ୍ସଲମାନେ ଯବାନ ମାନଙ୍କ ଗାଡିକୁ ଉଡାଇଦେବାକୁ ଲ୍ୟାଣ୍ଡମାଇନ ଖଞ୍ଜି ରଖିଥିଲେ । ଆଉ ଏଥିରେ ନକ୍ସଲମାନଙ୍କ ପ୍ଲାନ ମଧ୍ୟ ସଫଳ ହୋଇଛି । ଉକ୍ତ ରାସ୍ତା ଦେଇ ଯାଉଥିବାବେଳେ ଆଜି ଏହି ବିସ୍ଫୋରଣ ଘଟିଛି ।

ଏଥିରେ ୨ ଜଣ ଏସଓଜି ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନଙ୍କୁ ପ୍ରଥମେ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ଏୟାରଲିଫ୍ଟ ଯୋଗେ ସେମାନଙ୍କୁ ଭୁବନେଶ୍ବର ଅଣାଯାଇଥିବା ସୂଚନା ରହିଛି । ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Comments are closed.