Latest Odisha News

BREAKING NEWS

ସ୍ୱାଭିମାନ ଅଞ୍ଚଳରେ ଲାଲବାହିନୀର ଷଡ଼ଯନ୍ତ୍ର ପଣ୍ଡ; ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: ଲାଲଗଡ଼ରେ ଲାଲବାହିନୀର ଷଡ଼ଯନ୍ତ୍ର ପଣ୍ଡ। ସ୍ୱାଭିମାନ ଅଞ୍ଚଳରୁ ବିଏସଏଫ୍ ଯବାନମାନେ ଲ୍ୟାଣ୍ଡମାଇନ୍ ଉଦ୍ଧାର କରିଥିବା ସୂଚନା ମିଳିଛି।

ସୂଚନାନୁସାରେ, ସ୍ୱାଭିମାନ ଅଞ୍ଚଳର ପିପଲପଦର ଠାରୁ ନାକାମାମୁଡ଼ି ମଧ୍ୟରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଜଙ୍ଗଲରୁ ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଥିଲା। ଏହି ଆପରେସନ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିଜୟ ପଲଙ୍କ ନେତୃତ୍ୱରେ ହେଉଥିଲା।

ନକ୍ସଲ ମାନେ ଏହି ଲ୍ୟାଣ୍ଡମାଇନ ପୋତି ଥିବା ବେଳେ କୌଣସି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯବାନ। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିବା ସୂଚନା।

Leave A Reply

Your email address will not be published.