କଲମ୍ବୋ: କ୍ରିକେଟରେ ମ୍ୟାଚ ଫିକ୍ସିଂ ଶେଷ ହେବାର ନାମ ଧରୁନି । ଶ୍ରୀଲଙ୍କା ଟି୧୦ ସୁପର ଲିଗ କ୍ରିକେଟରେ ପୂନର୍ବାର ମ୍ୟାଚ ଫିକ୍ସିଂ ହୋଇଥିବା ଅଭିଯୋଗ ଆସିଛି । ଗଲ ମାର୍ବଲ୍ସର ମାଲିକ ପ୍ରେମ ଠାକୁରଙ୍କ ନାମରେ ଏହି ଅଭିଯୋଗ ଆସିଛି । ତାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ଜଣେ ବିଦେଶୀ ଖେଳାଳିଙ୍କୁ ମ୍ୟାଚ ଫିକ୍ସିଂ କରିବା ନିମନ୍ତେ ସେ ପ୍ରବର୍ତାଇଥିଲେ । ଶ୍ରୀଲଙ୍କା ସ୍ପୋର୍ଟ୍ସ ୟୁନିଟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଲିଗରେ ଦ୍ୱିତୀୟ ଥର ପାଇଁ ଜଣେ ଟିମ ମାଲିକ ଗିରଫ ହୋଇଛନ୍ତି । ମେ ମାସରେ ଦାମ୍ବୁଲା ଥଣ୍ଡର୍ସର ମାଲିକ ତମୀମ ରହେମାନଙ୍କୁ ଗିରଫ କରାଯାଇଥିଲା ।
ନିକଟରେ ଦକ୍ଷିଣ ଆଫ୍ରିକାର ୩ ଜଣ ଖେଳାଳି ୮ ବର୍ଷ ତଳର ମ୍ୟାଚ ଫିକ୍ସିଂ କାଣ୍ଡରେ ଗିରଫ କରାଯାଇଥିଲା । ୨୦୧୫-୧୬ରେ ଟି୨୦ ର୍ୟାମ ସ୍ଲାମ ଚ୍ୟାଲେଞ୍ଜ ଟୁର୍ଣ୍ଣାମେଂଟରେ ସେମାନେ ମ୍ୟାଚ ଫିକ୍ସ କରିଥିବା ଅଭିଯୋଗ ହୋଇଥିଲା । ଶ୍ରୀଲଙ୍କା ଟି୧୦ ଟୁର୍ଣ୍ଣାମେଂଟର ନିର୍ଦ୍ଦେଶକ ସାମନ୍ଥା ଡୋଡେନୱାଲା ଲିଗ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଖେଳାଯିବ ବୋଲି କହିଛନ୍ତି ।
Comments are closed.