ଅନୁଗୁଳ: ଅନୁଗୁଳ ସହରର ହାତୀଶାଳପଡ଼ା ଭଡ଼ା ଘରେ ଚାଲିଥିଲା ଧଳା ଜହର କାରବାର । ଅନୁଗୁଳ ଥାନା ଓ ଜିଲା ମୋବାଇଲ ସ୍ୱାର୍ଡ ପକ୍ଷରୁ ମିଳିତ ଚଢ଼ାଉ କରି ୨୮ଗ୍ରାମ ବ୍ରାଉନ ସୁଗାର ଜବତ କରାଯିବା ସହ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ଅଟକ ୨ଅଭିଯୁକ୍ତଙ୍କ ନିକଟରୁ ନଗଦ ୨୬ଲକ୍ଷ ୫ହଜାର ୩୧୫ଟଙ୍କା ଜବତ କରାଯାଇଛି ।
ଅନୁଗୋଳ ଉପଖଣ୍ଡ ପୁଲିସ ଅଧିକାରୀ ରମାକାନ୍ତ ମହାଳିକଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇ ଥିଲା । କିଛିଦିନ ହେବ ନୂଆ କରି ନିର୍ମାଣ ହୋଇଥିବା ଘରେ ଭଡା ନେଇ ଏହି କାରବାର ଚାଲୁଥିଲା ।
ସୂଚନାଥାଉକି, ବେଆଇନ ନିଶା କାରବାର ଉପରେ ଓଡିଶା ପୋଲିସ ଅପରେସନ ପ୍ରହାର ଆରମ୍ଭ କରିଛି ।