Latest Odisha News

BREAKING NEWS

ବର୍ଷକ ମଧ୍ୟରେ ଲେଜର ୱାଲ ସୁରକ୍ଷା ବଳୟରେ ରହିବ ଇସ୍ରାଏଲ

ତେଲ ଅଭୀବ: ଦେଶର ସୁରକ୍ଷା ପାଇଁ ଇସ୍ରାଏଲ ଲେଜର ୱାଲ ଏବଂ ଲେଜର ବେସଡ ମିସାଇଲ ଇଂଟରସେପ୍ସସନ ସିଷ୍ଟମରେ ଜୋରଦାର କାମ ଆରମ୍ଭ କରିଛି । ବର୍ଷକ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପିଏମ ନଫଟାଲୀ କହିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଇସ୍ରାଲର ଦକ୍ଷିଣାଚଂଳରେ ପରୀକ୍ଷଣ ଭାବେ ଏହାକୁ ଲାଗୁ କରାଯିବ । ପରେ ଅନ୍ୟ ସ୍ଥାନରେ ଏହାକୁ ନିୟୋଜିତ କରାଯିବ । ଏହା ଦ୍ୱାରା ଆମ ବିରୋଧୀଙ୍କ ଆକ୍ରମଣ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଅଧିକ ଅର୍ଥର ଆବଶ୍ୟକତା ପଡିବ । ଅନ୍ୟ ପଟେ ଆମର ଏଥି ଯୋଗୁ ଖର୍ଚ୍ଚ କମ ହେବ ବୋଲି ପିଏମ କହିଛନ୍ତି ।

ଆମ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିବା ଆୟରନ ଡୋମ ଅଧିକ ବ୍ୟୟବହୂଳ ହେଉଛି । ସେଥିପାଇଁ ଆମେ ଲେଜର ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଉଛି । ଲେଜର ବେସଡ ମିସାଇଲ ଇଂଟରସେପ୍ସନ ସିଷ୍ଟମର ଟେକନିକ ଆମେ ଆମର ମିତ୍ର ଦେଶକୁ ଦେବୁ ବୋଲି ମଧ୍ୟ ସେ କହିଛନ୍ତି ।

Comments are closed, but trackbacks and pingbacks are open.