Latest Odisha News

BREAKING NEWS

ଆଉ ନାହାନ୍ତି ମୋତି ମହଲର ଶେଷ ରାଣୀ

ଜୟପୁର: ଆଉ ନାହାନ୍ତି ମୋତି ମହଲର ଶେଷ ରାଣୀ  । ଜୟପୁରସ୍ଥିତ ମାେତି ପାଲେସରେ ଆଖି ବୁଜିଛନ୍ତି ରାଣୀ ରମାକୁମାରୀ ଦେବୀ । ଗତକାଲି ମଧ୍ୟ ରାତ୍ରରେ ତାଙ୍କର ମୃତ୍ୟୁ ଘଟିଛି  । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ତାଙ୍କର ଶେଷଶଯ୍ୟା ନିକଟରେ  ସାନ ବୋହୁ ସାରିକା ଦେବୀ ଓ ନାତି ଚନ୍ଦ୍ରଚୁଡ ଦେବ ଉପସ୍ଥିତ ଥିଲେ ।

ଶେଷରାଣୀଙ୍କ ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା । ଆଜି ତାଙ୍କର ଶେଷକୃତ୍ୟ  ସହରର ଚନ୍ଦନବାଡ ସ୍ଥିତ ରାଜ ଶ୍ମଶାନରେ  ସମ୍ପନ୍ନ ହେବ ।  ରାଜକୀୟ ପରମ୍ପରା ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ରାଣୀ ରମାକୁମାରୀ ହେଉଛନ୍ତି ଜୟପୁର ରାଜ ପ୍ରସାଦର ଶେଷ ରାଜା ରାମକୃଷ୍ଣ ଦେଓଙ୍କ ପତ୍ନୀ ।  ରାମକୃଷ୍ଣ ଦେଓ ହେଉଛନ୍ତି ମହାରାଜା ବିକ୍ରମ ଦେବ ବର୍ମାଙ୍କ ପୋଷ୍ୟ ପୁତ୍ର । ବିକ୍ରମ ଦେବଙ୍କର କୌଣସି ପୁତ୍ର ସନ୍ତାନ ନଥିବାରୁ ରାଜା ରାମକୃଷ୍ଣ ଦେଓଙ୍କୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ।

ରାଜା ରାମକୃଷ୍ଣ ଦେଓ ମାତ୍ର ଦୁଇ ଦିନ ପାଇଁ ଜୟପୁରରେ ରାଜା ହୋଇଥିଲେ ।  ସେପଟେ ରାଣୀ ରମା କୁମାରୀ ଦେବୀ ଆନ୍ଧ୍ରପ୍ରଦେଶ ରାଜ୍ୟ ମଡଗୁଲର ବିଧାୟିକା ଥିଲେ ।

Leave A Reply

Your email address will not be published.