Latest Odisha News

୨୪ ଘଣ୍ଟା ମଧ୍ୟରେ ଦୁଇଥର ଆତଙ୍କୀ ଆକ୍ରମଣ, ଗ୍ରେନେଡ ମାଡରେ ୨ ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରଜୌରୀ ଡାଙ୍ଗରୀ ଗାଁ ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ  । ୨୪ ଘଣ୍ଟା  ମଧ୍ୟରେ ୨ୟ ଆକ୍ରମଣ କରିଛନ୍ତି ଆତଙ୍କୀର । ଗାଁରେ ଆଇଇଡି ବିସ୍ଫୋରଣ ଘଟାଇଛନ୍ତି । ଗତକାଲି ଯେଉଁ ତିନି ଜଣଙ୍କ ଘରେ ପଶି ଗୁଳି ଫୁଟାଇଥିଲେ ସେହି ଘରେ ଆଜି ବିସ୍ଫୋରଣ ଘଟାଇଛନ୍ତି ।

କାଲି ଆତଙ୍କୀ ଆକ୍ରମଣ ପରେ ସୁରକ୍ଷାକର୍ମୀ ଡାଙ୍ଗରୀ ଗାଁରେ ସର୍ଚ୍ଚ ଅପରେଶନ ଚଲାଇଥିଲେ । ସେ ସମୟରେ ଆତଙ୍କୀମାନେ ଗାଁ ଭିତରେ ଲୁଚି ରହିଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ସେମାନେ ଗ୍ରେନେଡ ଆକ୍ରମଣ କରିଥିଲେ । ଏଥିରେ ୨ ଜଣ ଆହତ ହୋଇଛନ୍ତି ।

ଖରବ ପାଇଁ ପୋଲିସ ଏବଂ ସେନାର ଜବାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସର୍ଚ୍ଚ ଅପରେଶନ ଜାରି ରହିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଆଇଇଡି ବ୍ଲାଷ୍ଟ ପରେ ଡ୍ରୋନ ସହାୟତାରେ ସର୍ଚ୍ଚ ଅପରେଶନ କରାଯାଉଛି । ଗାଁରେ ରକ୍ଷା ଯାଇଥିବା ଅନ୍ୟ ଏକ ଆଇଇଡି ବୋମା ସୁରକ୍ଷାକର୍ମୀଙ୍କୁ ମିଳିଥିଲା, ଏହାକୁ ଅକାମୀ କରି ଦିଆଯାଇଛି ।

ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ଡାଙ୍ଗରୀ ଗାଁରେ ରବିବାର ରାତିରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଆତଙ୍କୀମାନେ ଘରେ ପଶି ଆଖି ବୁଜା ଗୁଳିଚାଳନା କରିଥିଲେ । ଆତଙ୍କୀମାନେ ଗୋଟିଏ ସଂପ୍ରଦାୟର ତିନୋଟି କୋଠା ଉପରକୁ ଗୁଳିମାଡ କରିଥିଲେ । ଏହି ଘଟଣାରେ ମୃତ୍ୟୁ  ସଂଖ୍ୟା ୪କୁ  ବୃଦ୍ଧି ପାଇଛି । ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ରାଜୌରୀ ମେଡକାଲ କଲେଜରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.