Latest Odisha News

BREAKING NEWS

ଆଜି ସମ୍ପନ୍ନ ହେଲା କରୋନା ରୋଗୀଙ୍କ ଶେଷକୃତ୍ୟ

ଭୁବନେଶ୍ୱର: କରୋନା ଭୂତାଣୁ ଜନିତ ସଂକ୍ରମଣରେ ଓଡ଼ିଶାର ମୃତ ରୋଗୀଙ୍କ ଆଜି ସମ୍ପନ୍ନ ହୋଇଛି ଶେଷକୃତ୍ୟ । ଏହି ଅନ୍ତିମ ସଂସ୍କାର ବୁଧବାର ଭୋର୍ ୩ଟା ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମସ୍ତ ଗାଇଡ଼ଲାଇନ୍ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି ।

ଏହି ଅନ୍ତିମ ସଂସ୍କାର ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମ୍ପନ୍ନ ହେବ ତଥା ମୃତକଙ୍କ ପରିବାର ସ୍ୱଜନ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଏମ୍ସ ହସ୍ପିଟାଲରେ ଏପ୍ରିଲ୍ ୬ ତାରିଖରେ ୭୨ ବର୍ଷ ବୟସ୍କ ଏହି କରୋନା ରୋଗୀଙ୍କର ମୃତ୍ୟୁ ଘଟିଥିଲା । ସେ ଶ୍ୱାସଜନିତ କଷ୍ଟ ଅନୁଭବ କରିବା ଯୋଗୁଁ ଏପ୍ରିଲ୍ ୪ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେହିଦିନ ହିଁ ତାଙ୍କର କରୋନା ଟେଷ୍ଟ୍ ହେବା ପରେ ସେ ପଜିଟିଭ୍ ଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.