Latest Odisha News

ସନ୍ଧ୍ୟା ୬.୩୦ ମିନିଟରେ ହେବ ଲତାଙ୍କ ଅନ୍ତିମ ସଂସ୍କାର

ମୁମ୍ବାଇ: ସାରା ଭାରତକୁ ଲୁହରେ ଭସାଇ ପରପାରିକୁ ଚାଲିଯାଇଛନ୍ତି ଲତା ମଙ୍ଗେସକର । ଲତା ମଙ୍ଗେସକରଙ୍କ ପରଲୋକରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା କେବେ ପୂରଣ ହୋଇ ପାରିବ ନାହିଁ । ସାରା ଦେଶ ତାଙ୍କ ବିୟୋଗରେ ମ୍ରିୟମମାଣ ହୋଇ ପଡ଼ିଛି ।

BjdElectrycity

ଆଜି ସନ୍ଧ୍ୟା ୬.୩୦ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ପ୍ୟାରେଡ ରୋଡ଼ ସ୍ଥିତ ବାସ ଭବନରେ ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର କରାଯିବ । ମଧ୍ୟାହ୍ନ ୧୨ରୁ ୩ ଯାଏଁ ଶେଷ ଦର୍ଶନ ହୋଇଥିଲା । ଅପରାହ୍ନ ୪ରୁ ସନ୍ଧ୍ୟା ୬ ଯାଏଁ ଅନ୍ତିମ ଯାତ୍ରା । ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ହେବ ଶେଷକୃତ ।

Comments are closed, but trackbacks and pingbacks are open.