Latest Odisha News

BREAKING NEWS

‘ଆମ ବ୍ୟାଙ୍କ’ ବ୍ୟାନରରେ ୨ ହଜାର ସିଏସପି ପ୍ଲସ୍ ଆଉଟଲେଟ୍ ର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ବ୍ୟାଙ୍କ’ ବ୍ୟାନରରେ ୨ହଜାର ସିଏସପି ପ୍ଲସ୍ ଆଉଟଲେଟ୍ ର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ଅଣବ୍ୟାଙ୍କିଂ ପଂଚାୟତରେ ବ୍ୟାଙ୍କିଙ୍ଗ୍ ସେବା ପହଞ୍ଚାଇବାକୁ ଏହି ଆଉଟ୍ ଲେଟ୍ ଗୁଡ଼ିକ ଲକ୍ଷ୍ୟ ରଖିଛନ୍ତି।

ସାମାଜିକ ଓ ଅର୍ଥନୈତିକ ପ୍ରଗତି, ନାଗରିକମାନଙ୍କୁ ସଶକ୍ତ କରିବାର ମୂଳରେ ରହିଛି ଆର୍ଥିକ ଅନ୍ତର୍ଭୁକ୍ତୀକରଣ । ସମାଜର ସବୁଠାରୁ ଦୁର୍ବଳ ବର୍ଗଙ୍କ ନିକଟରେ ପହଂଚିବା, ସ୍ୱଚ୍ଛ ଏବଂ ସମାନ ଭାବରେ ଜନସେବା ଯୋଗାଇବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ।

ପ୍ରଗତି ସତ୍ତ୍ୱେ ଗ୍ରାମାଞ୍ଚଳରେ ସୀମିତ ବ୍ୟାଙ୍କ ଭିତ୍ତିଭୂମି ଯୋଗୁଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏକ ଚ୍ୟାଲେଞ୍ଜ ହୋଇ ରହିଛି। ପ୍ରାୟ ୬୫% ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ଶାଖା ନଥିବାରୁ ବାସିନ୍ଦାମାନେ ବ୍ୟାଙ୍କିଙ୍ଗ୍ ସେବା ପାଇବା ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଭଳି ସୁବିଧା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହାର ଜବାବରେ ଓଡ଼ିଶା ସରକାର ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସବିଆଇ, ପିଏନବି, ୟୁବିଆଇ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ବରୋଦା ସହ ମିଶି ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି। ସିଏସପି ପ୍ଲସ୍ ବ୍ୟାଙ୍କିଂ ଆଉଟଲେଟ୍ ଜରିଆରେ ଏହି ବ୍ୟବଧାନକୁ ଦୂର କରିବା ଏବଂ ପ୍ରତ୍ୟେକ ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତକୁ ଅତ୍ୟାବଶ୍ୟକ ବ୍ୟାଙ୍କିଂ ସେବା ଯୋଗାଇବା ଏହି ପଦକ୍ଷେପର ଲକ୍ଷ୍ୟ।

Leave A Reply

Your email address will not be published.