Latest Odisha News

BREAKING NEWS

କୁମାର ଗୁରୁ ମିଶ୍ରଙ୍କ ବ୍ରାଣ୍ଡ୍ ‘ଜି’ର ଶୁଭ ଉଦଘାଟନ

ଭୁବନେଶ୍ୱର : ସ୍ଥାନୀୟ ମେ ଫେୟାର ହୋଟେଲରେ ଏକ ଆଡ଼ମ୍ବରମୂର୍ଣ୍ଣ ଉତ୍ସବରେ ଏବଂ ବହୁ ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ ଡକ୍ଟର କୁମାର ଗୁରୁ ମିଶ୍ରଙ୍କ ପୋଷାକ ବ୍ରାଣ୍ଡ୍ ‘ଜି’ର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ରାଣ୍ଡ୍ ଉତ୍ସବର ମୁଖ୍ୟ ଅତିଥବ ତାରା ରଞ୍ଜନ ପଟ୍ଟନାୟକ ଏବଂ ସମ୍ମାନନୀୟ ଅତିଥି ଜାଗୀ ମଙ୍ଗତ ପଣ୍ଡାଙ୍କ ଭବ୍ୟ ଉପସ୍ଥିତିରେ ଉଦ୍ଘାଟିତ ହେବା ସହିତ ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଶ୍ରୀ ମିଶ୍ରଙ୍କ ନୂଆ କଲେକ୍ସନ୍ ‘ଚିତ୍ରା ଆସେମ୍ବେ୍ଲଜ୍’ ଓ ୱେବସାଇଟ୍ ଉନ୍ମୋଚନ କରିଥିଲେ । ଏହି କଲେକ୍ସନ୍ ଓଡ଼ିଶାର କଳାକୀର୍ତ୍ତିର ଅନନ୍ୟ ପରିଚୟ ପଟ୍ଟଚିତ୍ର ଉପରେ ଆଧାରିତ ଏବଂ ଉଦ୍ଘାଟନୀ ଉତ୍ସବରେ ଉପସ୍ତିତ ଦର୍ଶକଙ୍କୁ ଏହା ଅଭିନବ ଉପାୟରେ ପ୍ରଦର୍ଶିତ କରାଯାଇଥିଲା ।

ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ମଡେଲମାନେ ଗୋଟିଏ ଛାତ ତଳେ ଏହି ବ୍ରାଣ୍ଡ୍ ସହିତ ଯୋଡ଼ିହେବାର ସୁଯୋଗ ପାଇଥିଲେ । ଏହି ଅବସରରେ ଏହି ମଡେଲମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଓଡ଼ିଶାର ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ସହାୟକ ହୋଇପାରିଥିବାରୁ ସେମାନେ ବ୍ରାଣ୍ଡ୍ ‘ଜି’ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ।

ଏହି ବ୍ରାଣ୍ଡ୍ ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିବା ଲିଟିଲ ମିସ୍ ୟୁନିଭର୍ସ ୨୦୧୭ ପଦ୍ମାଳୟା ନନ୍ଦ, ମିସ୍ ଟିନ୍ ଇଣ୍ଟରନ୍ୟାସନାଲ ଏବଂ କିଟ୍ ନହ୍ନୀ ପରୀ ୨୦୧୬ ବିଜେତା ମୌତ୍ରୀ ମୋନାଲି ପ୍ରଧାନଙ୍କ ପରି ପ୍ରତିଭାମାନଙ୍କୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଆସିଛି ।

ଏହି ଅବସରରେ ବ୍ରାଣ୍ଡ୍ ‘ଜି’ର ଡିଜାଇନର କୁମାର ଗୁରୁ ମିଶ୍ର କୁହନ୍ତି, “ଓଡ଼ିଶା ପ୍ରତିଭାମାନଙ୍କ ଗନ୍ତାଘର, ଆମକୁ ଯଦି ଅଦବକରୁ ଅଧିକ ସଫଳତା ପାଇବାକୁ ଚାହୁଁଛେ, ପ୍ରଭୁ ଜଗନ୍ନାଥଙ୍କ ମାଟିରେ ଜନ୍ମ ହୋଇଛେ ଅର୍ଥାତ ଫ୍ୟାସନ୍ ଆମ ସହିତ ପ୍ରାକୃତିକ ଭାବେ ଜଡ଼ିତ । ଆମ ସଂସ୍କୃତି ଉପରେ କାମ କରିବାୁ ମୁଁ ପିଲାବେଳୁ ଇଚ୍ଛୁକ ।

ବର୍ତ୍ତମାନ ଏହି ଡିଜାଇନ୍ ସବୁକୁ ମୁଁ ସମଗ୍ର ବିଶ୍ୱକୁ ଜଣାଇଦେବାକୁ ଚାହେଁ । ଏହି ଉତ୍ସବ ପ୍ୟାଶନ୍ ଇଣ୍ଡଷ୍ଟ୍ରୀରେ ମୋର ପ୍ରଥମ ପାହାଚ ଏବଂ ପ୍ରଥମ ଥର ପାଇଁ କିଛି ଭିନ୍ନ କରିବା ଆଶାରେ ବହୁ ପୁରାତନ ପଟ୍ଟଚିତ୍ର କଳାକୁ ବାଛିଛି ଯାହାକି ଲୋକଙ୍କ ଆଦର ସାଉଁଟି ପାରିବ ବୋଲି ଆଶା ଓ ବିଶ୍ୱାସ ।”

ଅଭିନେତ୍ରୀ ଅର୍ଚ୍ଚିତା ଡିଜାଇନର କୁମାର ଗୁରୁ ମିଶ୍ରଙ୍କ ଡିଜାଇନ୍କୁ ଭୂରିଭୂରି ପ୍ରଶଂସା କରିବା ସହିତ ଡାକ୍ତରୀ ଏବଂ ଡିଜାଇନ୍ ଏକା ସହିତ କରିବା ଆଶ୍ଚର୍ଯ୍ୟଜନକ ବୋଲି ମତ ଦେଇଥିଲେ । ସେହିଭଳି ଫାଲକନ୍ ମରାଇନ୍ ଏକ୍ସପୋର୍ଟସ୍ର ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକ ଯୁବ ପିଢ଼ିଙ୍କ ବ୍ୟବସାୟୀ ଓ ଉଦ୍ୟେଗୀ ହେବାର ମନୋବୃତି ଆସୁଥିବା ନେଇ ଖୁସି ବ୍ୟକ୍ତ କରିôତଲେ ଏବଂ ଓଡ଼ିଶାର ବର୍ତ୍ତମାନ ସ୍ଥିତିରେ ଏଭଳି ବ୍ୟକ୍ତିତ୍ୱ ହିଁ ପରିବର୍ତ୍ତନ ଆଣିପାରିବେ ବୋଲି ମତ ଦେଇଥିଲେ । ଓରଟେଲ କମ୍ୟୁନିକେଶନ୍ ଅଧ୍ୟକ୍ଷା ଜଗୀ ମଙ୍ଗତ ପଣ୍ଡା ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଏତେ ସଂଖ୍ୟାରେ ପ୍ରତିଭାମାନଙ୍କୁ ଏକାଠି ଦେଖି ପ୍ରଶଂସା କରିଥିଲେ ।

ଏହା ସହିତ ଡକ୍ଟର ମିଶ୍ରଙ୍କ ଏହି ଅଭିନବ ପ୍ରୟାସ ସଫଳ ହେବା ନେଇ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ସେହିଭଳି ଓଡ଼ିଶା କ୍ରିଏସନ୍ସର ପ୍ରତିଷ୍ଠାତା ପଙ୍କଜ କୁମାର ମିଶ୍ର ଡକ୍ଟର ମିଶ୍ରଙ୍କ ଭୂୟସୀ ପ୍ରଶଂସା କରି କହିଥିଲେ, “ତାଙ୍କର ଉନ୍ନତି ଉପଲବ୍ଧି କରି ମୁଁ ସବୁଠାରୁ ବେଶି ଖୁସି । ଆଗରୁ ମଧ୍ୟ କହି ଆସିଛି ଏବଂ ଆଜି ମଧ୍ୟ କହୁଛି, ସେ ଭିତରୁ ବି ସଜାଏ ଏବଂ ବାହାରୁ ବି ସଜାଏ । ତାଙ୍କ ସହିତ ପ୍ରଥମ ଦେଖାରୁ ହିଁ ତାଙ୍କ ପ୍ରତିଭା ବାବଦରେ ମୁଁ ସ୍ପଷ୍ଟ ମନ୍ତବ୍ୟ ଦେଇ ସାରିଛି, ସେ ଆହୁରି ଆଗକୁ ଯାଆନ୍ତୁ ।”

Leave A Reply

Your email address will not be published.