Latest Odisha News

ସୁଦର୍ଶନ ପଟ୍ଟନାୟକଙ୍କ ସହଯୋଗରେ “ଇଣ୍ଡିଆ ପ୍ରଥମ ହାର୍ଟ ପ୍ରଥମ” ଅଭିଯାନ ଶୁଭାରମ୍ଭ

ପୁରୀ: ହୃଦଘାତ ଏବଂ ସେଥିପ୍ରତି ପ୍ରତିରୋଧ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟମ୍ବର ୨୯ରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଏ। ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ (ଗ୍ଲେନମାର୍କ) ପ୍ରସିଦ୍ଧ ବାଲୁକା କଳାକାର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହଯୋଗରେ “ଇଣ୍ଡିଆ ପ୍ରଥମ ହାର୍ଟ ପ୍ରଥମ” ନାମକ ଏକ ଅଭିଯାନ ପୁରୀରୁ ଶୁଭାରମ୍ଭ କରାଯାଇଛି।

ଏହି ଅଭିଯାନର ଏକ ଅଂଶ ଭାବରେ, ଗ୍ଲେନମାର୍କ ଦଳ ଏହି କାର୍ଯ୍ୟ ପାଇଁ ସହଯୋଗ କରିବା ପାଇଁ ଦେଶର ୩୫,୦୦୦ ରୁ ଅଧିକ ସ୍ୱାସ୍ଥ୍ୟସେବା ପ୍ରଫେସନାଲ୍ସ(ଏଚସିପି) ଙ୍କ ନିକଟରେ ପହଞ୍ଚିଥିଲେ। ୨୯ ସେପ୍ଟେମ୍ବରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ସୃଷ୍ଟି ହେବାକୁ ଥିବା ହୃଦୟ ଗଠନ ଡିଜାଇନ୍ ଉପରେ ସେମାନଙ୍କର ମତାମତ ସଂଗ୍ରହ କରାଯାଇଥିଲା। ଯେଉଁଥିରେ ୬୫% ରୁ ଅଧିକ ଏଚସିପି ଭୋଟ୍ ଦେଇଥିଲେ। କେବଳ ଏତିକି ନୁହେଁ, ଦେଶର ସମସ୍ତ ଏଚସିପି ବାଲି ବୋତଲରେ ଦସ୍ତଖତ କରିଥିଲେ, ଯାହା ପୁରୀ ବେଳାଭୂମିକୁ ପଠାଯାଇଥିଲା ଏବଂ ଯାହାକି ହୃଦୟ ଗଠନ ସୃଷ୍ଟିରେ ବ୍ୟବହୃତ ହୋଇଥିଲା।

ଭୁବନେଶ୍ୱର ଏବଂ କଟକରୁ ବିଶିଷ୍ଟ ଏଚ୍‌.ସି.ପି ଡକ୍ଟର ମନଭଜନ ଜେନା, ସତ୍ୟନାରାୟଣ ରାଉତରାଏ, ଡ ବିଶ୍ୱରଂଜନ ମିଶ୍ର ପୁରୀ ସମୁଦ୍ର କୂଳରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ଯୋଗ ଦେଇ ହୃଦରୋଗ ବିଷୟରେ ସଚେତନତା ତଥା ଗୁରୁତ୍ୱ ବହନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜାତୀୟ ଏଚସିପିର ବିଶିଷ୍ଟ ପ୍ୟାନେଲ୍ ଡକ୍ଟର ଏ ଶ୍ରୀନିଭାସ କୁମାର, ଡ.ଉଦୟ ଯାଦବ, ଡକ୍ଟର ବ୍ରିଏନ୍ ପିଂଟୋ, ଡକ୍ଟର ଜେପିଏସ୍ ସାୱନି ଏବଂ ଡକ୍ଟର ଦିଲୀପ କୁମାର ମଧ୍ୟ ସମର୍ଥନ କରିଥିଲେ, ଯେଉଁମାନେ ସାଧାରଣ ଜନତାଙ୍କୁ ହୃଦୟ ସ୍ୱାସ୍ଥ୍ୟର ଗୁରୁତ୍ୱ ତଥା ସଚେତନତା ୱେବିନିନରରେ ମାଧ୍ୟମରେ କିପରି ଯତ୍ନ ନେବେ ତାହାଉପରେ ସୂଚନା ପ୍ରଦାନ କରିଥିଲେ।

ଶ୍ରୀ ପଟ୍ଟନାୟକ ଏବଂ ତାଙ୍କ ଟିମ ସକାଳ ପ୍ରାୟ ୯.୦୦ ରେ ମୂର୍ତି ଉପରେ କାମ କରିବା ଆରମ୍ଭ କରି ଦିନ ୩.୩୦ ସୁଦ୍ଧା ଶେଷ କରିଥିଲେ। ପ୍ରତି ଚାରିଟି ମୃତ୍ୟୁ ମଧ୍ୟରୁ ଜଣଙ୍କ ପାଇଁ ହୃଦ୍ ରୋଗ ଦାୟୀ ଏବଂ ଏହା ବିଶ୍ୱର ମୃତ୍ୟୁର ପ୍ରମୁଖ କାରଣ କିନ୍ତୁ ଅନେକ ଲୋକ ଜାଣନ୍ତି ନାହିଁ କିପରି ହୃଦଘାତକୁ ଚିହ୍ନିବା ଏବଂ ପ୍ରତିକ୍ରିୟା କରିବା। ହୃଦଘାତର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କ ପାଇଁ ଜ୍ଞାନର ଅଭାବ ଭୟଙ୍କର ହୋଇପାରେ ଯଦି ସେମାନଙ୍କ ଆଖପାଖରେ ଥିବା ଲୋକମାନେ ସଚେଚନ ନହୁଅନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ୩୦-୪୦ ବର୍ଷ ବୟସ ବର୍ଗରେ ପଡ଼ନ୍ତି । ଯଦି ଏହି ଧାରାରେ ପରିବର୍ତ୍ତନ ନହୁଏ, ତେବେ ଆମେ ଆମର ଯୁବପିଢିମାନଙ୍କୁ ହରାଇବୁ ଏବଂ ବହୁ ଜନସଂଖ୍ୟା ରୋଗଗ୍ରସ୍ତ ହୋଇଯିବେ ବୋଲି ଏକ ସୂତ୍ରରୁ ପ୍ରକାଶ ।

ପ୍ରାୟ ୩୬ ହଜାର ସ୍ୱାସ୍ଥ୍ୟସେବା କର୍ମଚାରୀ (ଏଚସିପ) ଟିମ୍ ସୁଦର୍ଶନଙ୍କ ସହ ହାତ ମିଳାଇ ଏକ ହୃଦୟ, ସୁସ୍ଥ ପରିବାର ରହିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଫ୍ରାଏଡ ଏବଂ ଜଙ୍କ୍ ଫୁଡକୁ ନା କୁହନ୍ତୁ, ବ୍ୟାୟାମ ଏବଂ ଖାଦ୍ୟ ସହିତ ମଧୁମେହ ଏବଂ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରନ୍ତୁ, ବାରମ୍ବାର ହସନ୍ତୁ, ଧୂମପାନ ଛାଡନ୍ତୁ ଏବଂ ଡିଟ୍ରେସକୁ ପରିତ୍ୟାଗ କରି ସୁସ୍ଥ ଜୀବନ ବିତାନ୍ତୁ ବୋଲି ସଚେତନା ଜାରି କରାଯାଇଛି।

Comments are closed.