Latest Odisha News

BREAKING NEWS

ଟି୨୦ର ଗୋଟିଏ ଇନିଂସରେ ୯ ୱିକେଟ, ୫ ବଲରେ ୫ ସଫଳତା

ନୂଆଦିଲ୍ଲୀ: ବିସିଏ କାଲାହାରୀ ମହିଳା ଟି୨୦ ଟୁର୍ଣ୍ଣାମେଂଟରେ ଲୌରା କାର୍ଡୋସା ଇତିହାସ ରଚିଛନ୍ତି । ସେ ଟି୨୦ କ୍ରିକେଟରେ ଗୋଟିଏ ଇନିଂସରେ ୯ ୱିକେଟ ନେବା ସହ ୫ ବଲରେ ୫ ସଫଳତା ହାସଲ କରିଛନ୍ତି । ଯାହାକି ଟି୨୦ରେ ପୂର୍ବରୁ କୌଣସି ଖେଳାଳି କରି ନ ଥିଲେ । ଲେସୋଥୋ ବିପକ୍ଷ ମ୍ୟାଚରେ ବ୍ରାଜିଲର ଲୌରା ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କ ବୋଲିଂ ଯୋଗୁ ଲେସୋଥୋ ୧୩ ରନରେ ଅଲଆଉଟ ହୋଇ ଯାଇଥିଲା । ଏହା ପୂର୍ବରୁ ପୁରୁଷ ଟି୨୦ରେ ଭୂଟାନର ସୋନେମ ୟେଶେ ୮ଟି ଏବଂ ଇଣ୍ଡୋନେସିଆର ରୋହମାଲିୟା ୭ଟି ୱିକେଟ ନେଇଥିଲେ । ବ୍ରାଜିଲ ପ୍ରଥମେ ବ୍ୟାଟିଂ କରି ୨୦୨ ରନ କରିଥିଲା ।

ଜବାବରେ ଲେସୋଥୋ ଟିମ ୧୩ ରନରେ ଅଲଆଉଟ ହୋଇ ଯାଇଥିଲେ । ଲୌରା ତାଙ୍କ ପ୍ରଥମ ଓଭରର ଶେଷ ୩ଟି ବଲରେ ୩ଟି ୱିକେଟ ନେଇଥିଲେ । ପରବର୍ତୀ ଓଭରରେ ପ୍ରଥମ ୨ଟି ବଲରେ ୨ଟି ୱିକେଟ ହାସଲ କରିଥିଲେ । ସେ ପ୍ରଥମ ଓଭରରେ ୩, ଦ୍ୱିତୀୟ ଓଭରରେ ୪ ଓ ତୃତୀୟ ଓଭରରେ ୨ଟି ୱିକେଟ ଅକ୍ତିଆର କରିଥିଲେ । ୨୦୨୧ରେ ଲୌରା ବ୍ରାଜିଲ ପକ୍ଷରୁ ପ୍ରଥମ ହ୍ୟାଟ୍ରିକ ନେଇଥିବା ବୋଲର ହୋଇଥିଲେ ।

Leave A Reply

Your email address will not be published.