ନୂଆଦିଲ୍ଲି: ଲାଭା ଇଣ୍ଟରନ୍ୟାସନାଲ୍ ଭାରତରେ ଏହାର ନୂତନ ଏଣ୍ଟ୍ରି-ଲେବଲ୍ ସ୍ମାର୍ଟଫୋନ୍ ଲାଭା ଶାର୍କ ଲଞ୍ଚ କରିଛି। ଏହି ଫୋନରେ 50MP AI ବ୍ୟାକ କ୍ୟାମେରା ଅଛି। ଡିଭାଇସରେ 6.67 ଇଞ୍ଚର ଏଚଡି + ପଞ୍ଚ-ହୋଲ୍ ଡିସପ୍ଲେ ଅଛି ଯାହା 120Hz ରିଫ୍ରେସ୍ ରେଟକୁ ସପୋର୍ଟ କରୁଛି । ଏଥିରେ 5000mAh ବ୍ୟାଟେରୀ ଅଛି ଏବଂ 18W ଫାଷ୍ଟ ଚାର୍ଜିଂ ହେଉଛି ।
ଲାଭା ଶାର୍କ UNISOC T606 ଅକ୍ଟା-କୋର ପ୍ରୋସେସର୍ ସହିତ ସଜ୍ଜିତ, ଯାହା 4GB RAM ଏବଂ 4GB ଭର୍ଚୁଆଲ୍ RAM ସହିତ ପ୍ରଦାନ କରାଯାଇଛି। ଏଥିରେ 64GB ଇଣ୍ଟରନାଲ ଷ୍ଟୋରେଜ୍ ଅଛି ଯାହାକୁ 256GB ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। କ୍ୟାମେରା ବିଷୟରେ କହିବାକୁ ଗଲେ, ଫୋନରେ 50MP AI ବ୍ୟାକ କ୍ୟାମେରା ଅଛି। ସେହିପରି ସେଲଫି ଏବଂ ଭିଡିଓ କଲ୍ ପାଇଁ ଏକ 8MP ଫ୍ରଣ୍ଟ କ୍ୟାମେରା ମଧ୍ୟ ଦିଆଯାଇଛି। ଡିଭାଇସରେ AI ମୋଡ୍, ପୋଟ୍ରେଟ୍, ପ୍ରୋ ମୋଡ୍ ଏବଂ HDR ଭଳି ଫିଚର ମଧ୍ୟ ଉପଲବ୍ଧ। ଡିଭାଇସଟି Android 14ରେ ଚାଲୁଥିବା ବେଳେ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ ଫେସ୍ ଅନଲକ୍କୁ ମଧ୍ୟ ସପୋର୍ଟ କରେ। କନେକ୍ଟିଭିଟି ପାଇଁ, ଫୋନରେ ଡୁଆଲ୍ 4G VoLTE, ବ୍ଲୁଟୁଥ୍ 5.0, Wi-Fi 802.11 b/g/n/ac ଭଳି କନେକ୍ଟିଭିଟି ଫିଚର ରହିଛି। ଏହା IP54 ରେଟିଂ ସହିତ ଆସିଥାଏ, ଯାହାର ଅର୍ଥ ହେଉଛି ଫୋନଟି ଧୂଳି ଏବଂ ହାଲୁକା ପାଣି ଛିଟାରୁ ସୁରକ୍ଷିତ ରହିପାରିବ।
ତେବେ ଯଦି ଆମେ ଏହି ଫୋନର ମୂଲ୍ୟ ଉପରେ ନଜର ପକାଇବା, ତେବେ ଲାଭା ଶାର୍କର ମୂଲ୍ୟ ୬,୯୯୯ ଟଙ୍କା ରଖାଯାଇଛି। ଏହି ସ୍ମାର୍ଟଫୋନଟି ଚଳିତ ମାସ ଶେଷ ସୁଦ୍ଧା ଅନଲାଇନ୍ ଏବଂ ଅଫଲାଇନ୍ ଉଭୟ ପ୍ଲାଟଫର୍ମରେ ବିକ୍ରୟ ପାଇଁ ଉପଲବ୍ଧ ହେବ। କହିରଖୁଛୁ ଯେ, ଏହି ଫୋନ୍ ଏକ ବଜେଟ୍ ଫ୍ରେଣ୍ଡଲି ଫୋନ୍ ଭାବରେ ବଜାରକୁ ଆସିଛି ଯାହା ସାମସଙ୍ଗ ସହିତ ପ୍ରତିଯୋଗିତା କରିବ। କୁହାଯଅଉଛି ଯେ, ଲାଭାର ଏହି ନୂତନ ଫୋନ୍ Samsung Galaxy F05 କୁ କଡ଼ା ଟକ୍କର ଦେବ । Samsungର ଏହି ଡିଭାଇସ୍ରେ, ବ୍ୟବହାରକାରୀମାନେ 4GB RAM ସହିତ 64GB ଷ୍ଟୋରେଜ୍ ପାଇଥାଆନ୍ତି। ଏହା ବ୍ୟତୀତ, ଫୋନରେ 50MP ପ୍ରାଇମେରୀ କ୍ୟାମେରା ସହିତ 2MP ସେକେଣ୍ଡାରୀ କ୍ୟାମେରା ମଧ୍ୟ ଅଛି। ସେଲଫି ପାଇଁ ଏଥିରେ 8MPର ଫ୍ରଣ୍ଟ କ୍ୟାମେରା ଅଛି। ସେହିପରି ପାୱାର ପାଇଁ, Samsungର ଏହି ଫୋନରେ 5000mAh ବ୍ୟାଟେରୀ ଦେଇଛି। ଏହି ଫୋନ୍ Android 14 ଅପରେଟିଂ ସିଷ୍ଟମରେ କାମ କରେ। Amazon ରେ ଏହି ଫୋନର ମୂଲ୍ୟ 7150 ଟଙ୍କା ରହିଛି।
BREAKING NEWS
- ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍ଡିଙ୍ଗର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
- ୨୭ ବର୍ଷ ପରେ ଭାରତ ମାଟିରେ ନ୍ୟୁଜିଲାଣ୍ଡ ଓପନରଙ୍କ କୀର୍ତିମାନ
- ମିଚେଲ, କନୱେ, ନିକୋଲସଙ୍କ ଅର୍ଦ୍ଧଶତକ: ସିରିଜରୁ ଓହରିଲେ ପନ୍ତ
- କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍ଘାଟିତ
- S-400 Squadron: ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ଆଉ ଏକ ହିରୋ: ପାକିସ୍ତାନ, ଚୀନର ନିଦ ହଜାଇବ ଏହି ପ୍ରତିରକ୍ଷା ପ୍ରଣାଳୀ…
- Home Remedies Cholesterol: କାହିଁକି ବୃଦ୍ଧି ପାଏ କୋଲେଷ୍ଟ୍ରଲ୍?, ଏହାକୁ କମାଇବା ପାଇଁ ଆପଣାନ୍ତୁ ଘରୋଇ ଉପଚାର…
- ରାଉରକେଲା ବିମାନ ଦୁର୍ଘଟଣାରେ ତଦନ୍ତ କରୁଛି AAIB
- ଆସନ୍ତା ୩ ଦିନ ମଧ୍ୟରେ ପୁଣି ବଢିବ ଶୀତ ପ୍ରକୋପ
- Turkman Gate case: ତୁର୍କମାନ ଗେଟ୍ ହିଂସା ମାମଲାରେ ଆଉ ତିନି ଗିରଫ;ଏଯାଏଁ ୧୬ ଗିରଫ…
- Khandagiri Jatra: ଖଣ୍ଡଗିରି ଯାତ୍ରାରେ କୌଣସି ବି ପରିସ୍ଥିତିରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବନାହିଁ: ଏକାମ୍ର ବିଧାୟକ
Comments are closed.