Latest Odisha News

BREAKING NEWS

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଶୌଚାଳୟ ପ୍ୟାନ୍ ଆକୃତିର ବାସନରେ ଖାଦ୍ୟ ପରସା ଯାଏ

ଇସ୍ରାଏଲ: ସାଧାରଣତଃ ପ୍ରତ୍ୟେକ ରେଷ୍ଟୁରାଣ୍ଟରେ ପରିଷ୍କାର ବାସନରେ ଖାଦ୍ୟ ପରସା ଯାଇଥାଏ । ଯଦି କୌଣସି ରେଷ୍ଟୁରାଣ୍ଟରେ ଅପରିଷ୍କାର ଭାବେ ଖାଦ୍ୟ ପରସା ଯାଏ, ତେବେ ଲୋକେ ସେଠାକୁ ଯିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଇସ୍ରାଏଲରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଏମିତି ପାତ୍ରରେ ଖାଦ୍ୟ ପରସା ଯାଏ, ଯାହାକୁ ଦେଖିଲେ ଆପଣ ଖାଦ୍ୟ ଖାଇବା ତ ଦୂରର କଥା ବାନ୍ତି କରିବା ନିଶ୍ଚିତ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଇସ୍ରାଏଲର ହୋଲନ୍‌ରେ ରହିଛି ଗୋରଡ଼ୋସ୍ ରେଷ୍ଟୁରାଣ୍ଟ । ଏହି ରେଷ୍ଟୁରାଣ୍ଟ ନିଜ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପେଜରେ ଏହି ଭିଡ଼ିଓକୁ ସେୟାର କରିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ରେଷ୍ଟୁରାଣ୍ଟରେ ୫ ଯୁବକ ଯୁବତୀ ଖାଦ୍ୟ ଖାଇବା ପାଇଁ ଟେବୁଲରେ ଅପେକ୍ଷା କରିଛନ୍ତି । ଏହି ସମୟରେ ରେଷ୍ଟୁରାଣ୍ଟର ଜଣେ ବ୍ୟକ୍ତି ଶୌଚାଳୟ ପ୍ୟାନ୍ ଆକୃତିର ଏକ ପାତ୍ରରେ ଚକୋଲେଟ୍ ନେଇ ଟେବୁଲ ଉପରେ ରଖୁଛନ୍ତି । ରେଷ୍ଟୁରାଣ୍ଟର ଖାଦ୍ୟ ଖାଇବାକୁ ଆସିଥିବା ଯୁବକଯୁବତୀମାନେ ଏହି ବାସନକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ହସୁଛନ୍ତି । ପରେ ଏଥିରେ ଥିବା ଚକୋଲେଟ୍‌କୁ ଚାମଚ ସାହାଯ୍ୟରେ ଜଣକ ପରେ ଜଣେ ଖାଉଛନ୍ତି । ଅପରିଷ୍କାର ଲାଗୁଥିଲେ ବି ହସି ହସି ଖାଉଥିବା ନଜର ଆସୁଛନ୍ତି ।

ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଲୋକ ଘୃଣ୍ୟ ମନେ କରିଛନ୍ତି । ଏହି ଭିଡିଓ ଉପରେ ଅନେକ ଲୋକ ମନ୍ତବ୍ୟ ବି ଦେଇଛନ୍ତି । ଜଣେ ଉପଭୋକ୍ତା ଏହାକୁ ସବୁଠାରୁ ଘୃଣ୍ୟ ଖାଦ୍ୟ ବୋଲି କହିଛନ୍ତି । ଆଉ କିଛି ଲେଖିଛନ୍ତି, ଗ୍ରାହକମାନେ ଏହାକୁ ଉପଭୋଗ କରୁଛନ୍ତି ସତ, ପରେ ବାନ୍ତି ତ ନିଶ୍ଚିତ କରିଥିବେ । ସେହିପରି ଆଉ କିଛି ଲୋକ ଶୈାଚାଳୟରେ ଚକୋଲେଟ୍ ପରିବେଷଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Comments are closed.