ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇଜଣ ନାବାଳକଙ୍କ ସମେତ ୫ଜଣ ଛାତ୍ର ଗିରଫ ହୋଇଛନ୍ତି। ଏଥିରେ ଥିବା ତିନି ଜଣ ସାବାଳକ ଅଭିଯୁକ୍ତ ତଥା ଯୁକ୍ତ ୩ ଦ୍ବିତୀୟ ବର୍ଷରେ ପଢୁଥିବା ତଥା ବ୍ରହ୍ମପୁର ଶାନ୍ତିନଗରର ଅଭିଶେଷ ନାହାକ ଓରଫ ବଣ୍ଟି(୨୨), ଗୁରୁମୂର୍ତ୍ତି ପେଣ୍ଠର ଶ୍ରୀଧର ନାହାକ(୧୯), ଲକ୍ଷ୍ମୀବିହାର ପ୍ରଥମ ଲାଇନର ଆଦିତ୍ୟ କୁମାର ସାହୁ(୨୦)। ବଡ଼ବଜାର ଥାନା ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତଙ୍କ ପାଇଁ ଗଞ୍ଜାମ ଓକିଲ ସଂଘର କେହି ମଧ୍ୟ ଆଇନଜୀବୀ ଓକାଲତନାମା ଦାଖଲ କରିନାହାନ୍ତି। ଓକିଲମାନେ ଏହି ମାମଲାକୁ କୌଣସି ଆଇନ୍ଜୀବୀ ଗ୍ରହଣ କରିବେ ନାହିଁ ବୋଲି ଗଞ୍ଜାମ ଓକିଲ ସଂଘର ସମ୍ପାଦକ ସୁଶୀଲ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।
BREAKING NEWS
- ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ, ୧୬ରେ ବାତ୍ୟା…
- ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ‘ବାଗେଶ୍ୱର ବାବା’ଙ୍କ ମନ୍ତବ୍ୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ମଧ୍ୟପ୍ରଦେଶ ଜାତୀୟ ରାଜପଥରେ ଫସି ରହିଲେ ଶହ ଶହ ଲୋକ
- କାଳୀ ପୂଜା ମେଳାରେ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଉର୍ଦ୍ଧ୍ୱ ଦୋକାନ
- ଆସାମରେ ଭୟଙ୍କର ସଡ଼କ ଦୁର୍ଘଟଣା; ୨୬ ମୃତ, ଅନେକ ଆହତ
- ନଭେମ୍ବର ୧୬ରୁ ମୋଦୀଙ୍କ ୨ ଦିନିଆ ଫିଲିପାଇନ୍ସ ଗସ୍ତ, ୨୩ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ହେବେ ସାମିଲ
- ତେଲେଙ୍ଗାନାରେ ବିସିସିଆଇ ଅଣ୍ଡର-୧୯ ମହିଳା କ୍ରିକେଟରଙ୍କ ଆତ୍ମହତ୍ୟା
- ୨୦ଲକ୍ଷର ବ୍ରାଉନସୁଗର ଜବତ;ବନ୍ଧା ହେଲେ ୨
- କୁଡୁମୀ ସମାଜର କଳା, ସଂସ୍କୃତିର ସଂରକ୍ଷଣ ଓ କୃଷକ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ
- ଗଞ୍ଜାମରେ ଏହି ଦୁଇ ଦିନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍
- ମାର୍ଚ୍ଚ ୧୨ରୁ ମାଟ୍ରିକ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
Comments are closed.