Latest Odisha News

BREAKING NEWS

ସଲମାନଙ୍କ ଘର ଉପରକୁ ଗୁଳିମାଡ ଘଟଣା, ଗିରଫ ହେଲା ତୃତୀୟ ଅଭିଯୁକ୍ତ

ମୁମ୍ବାଇ: ପାନିପତର ଜିଟି ରୋଡ ସ୍ଥିତ ଏକ ହୋଟେଲରୁ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗର ଜଣେ ସୁଟରକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ। ଅଭିଯୁକ୍ତ ଜଣକ ହେଉଛନ୍ତି ପାନିପତର ରେଳ କଲାଂ ଗାଁର ସୁଖା। ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁଖାର ଚିକିତ୍ସା କରିବା ପରେ ତାକୁ ମୁମ୍ବାଇ ନେଇଛି ପୋଲିସ । ପୋଲିସର ସୂଚନା ଅନୁସାରେ, ସୁଖା ଉପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘରେ ଗୁଳି ଚଳାଇବାର ଅଭିଯୋଗ ଥିଲା ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ନୂଆ ମୁମ୍ବାଇର ପନଭେଲ ସିଟି ପୋଲିସ ଷ୍ଟେସନର ପହଞ୍ଚିଥିଲା ମୁମ୍ବାଇ ପୋଲିସର ଏକ ଟିମ୍ । ଲରେନ୍ସ ଗ୍ୟାଙ୍ଗର ଜଣେ ସୁଟର ପାନିପତରେ ଲୁଚି ରହିଥିବା ନେଇ ସୂଚନା ଦେଇଥିଲା ମୁମ୍ବାଇ ପୋଲିସ । ଏହାପରେ ସିଟି ପୋଲିସ ଏବଂ ମୁମ୍ବାଇ ପୋଲିସର ମିଳିତ ଟିମ୍ ପାନିପତ ସେକ୍ଟର ୨୯ରେ ଥିବା ଏକ ହୋଟେଲରେ ରେଡ୍ କରିଥିଲେ । ସେଠାରୁ ଅଭିଯୁକ୍ତ ସୁଖାକୁ ଗିରଫ କରିଛି ପୋଲିସ । ଗିରଫ ପରେ ସୁଖାର ପ୍ରଥମେ ମେଡିକାଲ ଟେଷ୍ଟ କରାଯାଇଥିଲା । ଏହାପରେ ସୁଖାକୁ ମୁମ୍ବାଇ ନେଇଛି ପୋଲିସ ।

ତେବେ କହିରଖୁଛୁ ଯେ, ଅଭିନେତା ସଲମାନ ଖାନଙ୍କ ଘର ଉପରେ ଗୁଳିମାଡ ଘଟଣାରେ ପୂର୍ବରୁ ମୁମ୍ବାଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ସୁଖା ହେଉଛି ୩ ନମ୍ବର ଅଭିଯୁକ୍ତ । ସେପଟେ ସୁଖା ଗିରଫ ରେ ତଦନ୍ତକାରୀ ବିଭାଗ ଆହୁରି ମଧ୍ୟ ସତର୍କ ହୋଇଯାଇଛି । ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଆଲର୍ଟ ହୋଇଛି ମୁମ୍ବାଇ ପୋଲିସ । ବିଷ୍ଣୋଇ ଗ୍ୟଙ୍ଗର ସବୁ ଲୋକଙ୍କ ଉପରେ କଡା ନଜର ରଖିଛି ପୋଲିସ । ଅନ୍ୟପଟେ ଏହି ଘଟଣା ପରେ ଅଭିନେତା ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ଗତକାଲି ତାଙ୍କୁ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.