କୋଲକାତା: କୋଲକାତା ଆର.ଜି କର ମେଡିକାଲ କଲେଜରେ ଜଣେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡିତାଙ୍କ ପରିବାର ତରଫରୁ ଲଢ଼ୁଥିବା ବରିଷ୍ଠ ଓକିଲ ବୃନ୍ଦା ଗ୍ରୋଭର କେସ ଛାଡିଛନ୍ତି l ସୁପ୍ରିମକୋର୍ଟ, କଲିକତା ହାଇକୋର୍ଟ ଏବଂ ସିୟାଲଦାହ ଟ୍ରାଏଲ କୋର୍ଟରୁ ନିଜ ଆଡୁ କେସ ଛାଡିଛନ୍ତି। ତେବେ କୌଣସି କାରଣ ଏବଂ ପରିସ୍ଥିତି ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି l ଗତକାଲି ଓକିଲକ ଟିମ ତରଫରୁ କୁହାଯାଇଥିଲା ଯେ, ପୀଡ଼ିତାଙ୍କ ପରିବାର ଏବଂ ତାଙ୍କ ଆଇନଗତ ଦଳ ମଧ୍ୟରେ କୌଣସି ସମନ୍ୱୟ ନଥିବାରୁ ସେ ଏହି ନିଷ୍ପତି ନେଇଛନ୍ତି l
ରିପୋର୍ଟ ଅନୁଯାୟୀ, ତାଙ୍କ ଟିମ ତରଫରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ବରିଷ୍ଠ ଓକିଲ ପୀଡିତାଙ୍କ ପରିବାର ପାଇଁ ମାଗଣାରେ ଏହି ମାମଲା ଲଢୁଥିଲେ l ଗ୍ରୋଭରଙ୍କ ଲିଗାଲ୍ ଟିମରେ ଓକିଲ ସୌଟିକ୍ ବାନାର୍ଜୀ ଏବଂ ଅର୍ଜୁନ ଗୁପ୍ତୁ ମଧ୍ୟ ସାମିଲ ଥିଲେ l ଏମାନେ ନଭେମ୍ବର 4 ରୁ ସିୟାଲଦାହ ଟ୍ରାଏଲ କୋର୍ଟରେ ପିଡୀତାଙ୍କ ତରଫରୁ କେସ ଲଢୁଥିଲେ l ଏହି ସମୟ ମଧ୍ୟରେ 43 ଜଣଙ୍କର ବୟାନ ରେକର୍ଡ କରାଯାଇଛି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଯେପରି ଜାମିନ ନମିଳିବ ସେନେଇ କାର୍ଯ୍ୟ ଚାଲିଛି l ସେପଟେ ଅବଶିଷ୍ଟ ପ୍ରମାଣ ଆସନ୍ତା 2 ରୁ 3 ଦିନ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି l ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ବରିଷ୍ଠ ଓକିଲ ପ୍ରମାଣ ଏବଂ ନୈତିକତା ଅନୁଯାୟୀ ଆଇନ ସେବା ଯୋଗାଉଛନ୍ତି, କିନ୍ତୁ କିଛି କାରଣରୁ ସେ ଏହି ମାମଲାରୁ ନିଜକୁ ଦୂରେଇ ରଖିଛନ୍ତି।
ସୂଚନାଯୋଗ୍ୟ ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ପ୍ରତିବାଦର ବହ୍ନି ଜଳିବା ସହ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା l ସେପାତ୍ରେ ଉକ୍ତ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରବା ସହ କଲେଜର ପ୍ରିନ୍ସିପାଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା l
Comments are closed.