ନୂଆଦିଲ୍ଲୀ: ଶନିବାର ଦିନ ଜଣେ ବରିଷ୍ଠ ଓକିଲଙ୍କୁ ୧୪୫ ବର୍ଷ ପୁରୁଣା ଡେରାଡୁନ୍ କ୍ଲବରେ ପ୍ରବେଶ କରିବାକୁ ଅନୁମତି ମିଳିନାହିଁ। ଏହାର କାରଣ ହେଉଛି ସେ ଧୋତି, କୁର୍ତ୍ତା ଏବଂ ଟୋପି ପିନ୍ଧିଥିଲେ। କ୍ଲବ୍ କହିଛି ଯେ ନିର୍ଦ୍ଧାରିତ ଡ୍ରେସ୍ କୋଡ୍ କଲେ କ୍ଲବରେ ପ୍ରବେଶ କରିବାକୁ ଅନୁମତି ମିଳିବ। ହେଲେ ଓକିଲ ଜଣଙ୍କ ଧୋତୀ ପିନ୍ଧିଥିବାରୁ କ୍ଲବରେ ପ୍ରବେଶ କରିବାକୁ ଅନୁମତି ମିଳିନାହିଁ।
ନଅ ଥର ଡେରାଡୁନ୍ ଜିଲ୍ଲା ବାର୍ ଆସୋସିଏସନ୍ ସଭାପତି ଥିବା ମନମୋହନ କଣ୍ଡଓ୍ବାଲ ଏହାର ପ୍ରତିବାଦ କରିବାରୁ କ୍ଲବ୍ ଅଧିକାରୀମାନେ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ କ୍ଲବର ପରବର୍ତ୍ତୀ ବୋର୍ଡ୍ ବୈଠକରେ ଏହି ପ୍ରସଙ୍ଗ ଉଠାଇବେ।
କ୍ଲବର ସଭାପତି କହିଛନ୍ତି, ଡେରାଡୁନ କ୍ଲବ ଏକ ଘରୋଇ ସଂସ୍ଥା ଯାହା ରେଜିଷ୍ଟ୍ରାର ଅଫ୍ କମ୍ପାନି ଦ୍ୱାରା ପରିଚାଳିତ। ଆମ ପାଖରେ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି ଯାହାକୁ ପାଳନ କରିବାକୁ ହେବ। ଯେହେତୁ ଏହି ପ୍ରସଙ୍ଗ ଉଠିଛି, ତେଣୁ ପରବର୍ତ୍ତୀ ବୋର୍ଡ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ଏବଂ ସଂଖ୍ୟା ଗରିଷ୍ଠ ଭୋଟ୍ ଆଧାରରେ ନିଷ୍ପତ୍ତି ନିଆଯିବ।
କଣ୍ଡଓ୍ୱାଲା କହିଛନ୍ତି ଯେ ସେ ଖୁବ ଶୀଘ୍ର ସଂପୃକ୍ତ କ୍ଲବକୁ ଏକ ନୋଟିସ ପଠାଇବେ। କାରଣ ଏହି ମାମଲାରେ ଜଣେ ବ୍ୟକ୍ତିର ସମ୍ମାନ ଜଡ଼ିତ ଅଛି।

Comments are closed.