Latest Odisha News

BREAKING NEWS

ସୋଶିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଲା ଲକ୍ଷ୍ଣଣ ବାଗ ଏବଂ ନବୀନଙ୍କ ଭେଟଘାଟ

ଭୁବନେଶ୍ୱର: ଆଜି ବିଧାନସଭାରେ ନବ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହରେ କିଛି ମୁହୂର୍ତ୍ତ ଦେଖିବାକୁ ମିଳିଛି ଯାହା ଏବେ ସୋଶିଆଲ ମିଡିଆରେ ଚର୍ଚ୍ଚା ପାଲଟିଛି। ଗୃହରେ ମୁହାଁମୁହିଁ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଣ୍ଟାବାଞ୍ଜିର ନବନିର୍ବାଚିତ ବିଜେପି ବିଧାୟକ ଲକ୍ଷ୍ମଣ ବାଗ।

ବିଧାନସଭା ନିର୍ବାଚନରେ କଣ୍ଟାବାଞ୍ଜି ବିଧାନସଭା ଆସନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିବା ପରେ ଚର୍ଚ୍ଚାରେ ରହିଛନ୍ତି।

ଲକ୍ଷ୍ଣଣ ବାଗ ଗୃହରେ ନବୀନଙ୍କୁ ଦେଖି ହାତ ଯୋଡି ନମସ୍କାର ହୋଇଥିଲେ। ଏହାପରେ ତାଙ୍କ ପରିଚୟ ଦେଇଥିଲେ। ପରେ ନବୀନ ତୁରନ୍ତ ପ୍ରତିକ୍ରିୟା ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଲକ୍ଷ୍ଣଣ ବାଗଙ୍କୁ ଅଭିନନ୍ଦନ ଜଣାଇ ନବୀନ କହିଥିଲେ, “ଓଃ, ଆପଣ ମୋତେ ହରାଇଛନ୍ତି। ଶୁଭେଚ୍ଛା।

ସୋଶିଆଲ ମିଡିଆରେ ଏବେ କଣ୍ଟାବାଞ୍ଜି ବିଧାୟକ ଯେଉଁଭଳି ନବୀନଙ୍କୁ ସମ୍ମାନ ଜଣାଇଛନ୍ତି ଆଉ ଜବାବରେ ନବୀନ ଯେଉଁଭଳି କଥା ହୋଇଛନ୍ତି ତାହା ଗୋଟିଏ ଭଲ ମୁହୂର୍ତକୁ ସୂଚାଇଛି।

କହିରଖୁଛୁ, ନିର୍ବାଚନ ବେଳେ ବିଜେଡି ଓ ବିଜେପି ମଧ୍ୟ ଜୋରଦାର ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା। ଏପରିକି ଉଭୟ ଦଳର ନେତା ବ୍ୟକ୍ତିଗତ ସ୍ତରକୁ ଯାଇ ଟିପ୍ପଣୀ କରିଥିଲେ। କିନ୍ତୁ ନିର୍ବାଚନ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ନବୀନ, ଧର୍ମେନ୍ଦ୍ର ପ୍ରଧାନ, ଅମିତ ଶାହ ଏବଂ ଜେପି ନଡ୍ଡା ଯେଉଁଭଳି କଥା ହୋଇଥିଲେ ତାହା ମଧ୍ୟ ପ୍ରଶଂସା ସାଉଁଟିଥିଲା।

Comments are closed.