Latest Odisha News

ଲକ୍ଷ୍ମଣ ସାହୁ ‘କୈବଲ୍ୟ ଜ୍ୟୋତି ସମ୍ମାନ’ରେ ସମ୍ମାନିତ

କଟକ : ମହାନଦୀ ବିହାର ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ସାହୁଙ୍କୁ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଶ୍ରେଷ୍ଠ ସମାଲୋଚକ ଭାବରେ “କୈବଲ୍ୟ ଜ୍ୟୋତି ସମ୍ମାନ ୨୨ ” ରେ ସମ୍ମାନିତ କରାଯାଇଛି । ଏଥିପାଇଁ ଶ୍ରୀ ସାହୁଙ୍କୁ ଉତ୍ତରୀୟ ଉପଢ଼ୌକନ ସହିତ ଶ୍ରୀଗଣେଶ ଟ୍ରଫି ଓ ମାନପତ୍ର ଦ୍ଵାରା ସମ୍ମାନିତ କରାଯାଇଥିଲା ।ତାଙ୍କ ସହ ଜଗନ୍ନାଥ ଗବେଷକ ଭାବରେ ହରିହର କାନୁନଗୋ ଓ ଶିଶୁ ସାହିତ୍ୟିକ ଭାବରେ ସୁନାମଣି ରାଉତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି ।

ଅଧ୍ୟାପନା ଓ ପ୍ରଶାସନ କ୍ଷେତ୍ରରେ ଦାୟିତ୍ଵ ନିର୍ବାହ କରୁଥିବା ଶ୍ରୀ ସାହୁ ଜଣେ ସୁସାହିତ୍ୟିକ କେବଳ ନୁହଁନ୍ତି , ଜଣେ ସିଦ୍ଧହସ୍ତ ସ୍ତମ୍ଭକାର ତଥା ବକ୍ତା ଭାବରେ ସୁପରିଚିତ । ସାମ୍ପ୍ରତିକ ସମାଜରେ ଦେଖାଦେଇଥିବା ଘଟଣା ଉପରେ ତାଙ୍କର ପ୍ରବନ୍ଧଗୁଡିକ ବିଭିନ୍ନ ପ୍ରତିଷ୍ଠିତ ପତ୍ରିକା ଓ ଖବରକାଗଜରେ ନିୟମିତ ପ୍ରକାଶ ପାଇଆସୁଛି । ଇତିପୂର୍ବରୁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀଗଣେଶ ସମ୍ମାନ, ସୁଶ୍ରୀ ପ୍ରାବନ୍ଧିକ ସମ୍ମାନ, ବିଶିଷ୍ଟ ଶିକ୍ଷାବିତ୍ ସମ୍ମାନ, ମାୟାଧର ମାନସିଂହ ସ୍ମୁତି ସମ୍ମାନ, ସ୍ତମ୍ଭକାର-୨୦୨୦ ସମ୍ମାନ, ଜ୍ଞାନ ସାରଥୀ ସମ୍ମାନ , ଗବେଷକ ଟ୍ରଫି-୦୨୨ ଆଦି ସମ୍ମାନ ଲାଭ କରିଛନ୍ତି ।

ଏହି ସାରସ୍ଵତ ସମାରୋହରେ ସଂସଦ ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ସମେତ ମାନସ ଚୈତନ୍ୟ ମହାରାଜ , ହରିଦ୍ଵାର ଆଶ୍ରମର ଗୀତାଞ୍ଜଳି ମହାପାତ୍ର ,ସମାଜସେବୀ ଅଭିମନ୍ୟୁ ଦାସ, ଦେବୀପ୍ରସାଦ ସେନାପତି , ସାଗର କୁମାର ସାମନ୍ତରାୟ, ଚିତ୍ତ ରଂଜନ ମହାନ୍ତି, ସୁକୁମାର ସାମଲ, ନମିତା ମହାନ୍ତି, ସଞ୍ଜୟ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.