Latest Odisha News

BREAKING NEWS

ବିସିସିଆଇ ଉପରେ ଅସନ୍ତୁଷ୍ଟ ହୋଇ କମେଂଟ୍ରିରୁ ଅବସର ନେଲେ ଏହି ପୂର୍ବତନ ସ୍ପିନର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଲେଗ ସ୍ପିନର ଲକ୍ଷ୍ମଣ ଶିବରାମକ୍ରିଷ୍ଣନ ଶୁକ୍ରବାର ଚକିତ କରିବା ଭଳି ପଦକ୍ଷେପ ନେଇଛନ୍ତି । ସେ ବିସିସିଆଇ ଉପରେ ଅସନ୍ତୁଷ୍ଟ ହୋଇ କଂମେଟ୍ରିରୁ ଅବସର ଘୋଷଣା କରିଛନ୍ତି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି ମୁଁ ଆଉ ବିସିସିଆଇ ପାଇଁ କମେଂଟ୍ରି କରିବି ନାହିଁ । ଜଣେ ଅଭିଜ୍ଞ ଅମ୍ପାୟର ହେବା ସତ୍ୱେ ମୋତେ ଟସ କିମ୍ବା ପ୍ରେଜେଂଟେଶନ ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇ ନାହିଁ । ୨୩ ବର୍ଷ ହେବ ଏହାର କାରଣ ମୁଁ ଜାଣି ପାରୁ ନାହିଁ ।

ତାଙ୍କ ପୋଷ୍ଟରୁ ସ୍ପଷ୍ଟ ବାରି ହେଉଛି ଅଣଦେଖା କରାଯିବା ନେଇ ସେ ସମ୍ପୂର୍ଣ୍ଣ ଭାବେ ଅସନ୍ତୁଷ୍ଟ ଥିଲେ । ବିସିସିଆଇ ସର୍ବଦା ରବି ଶାସ୍ତ୍ରୀ ଓ ହର୍ଷ ଭୋଗଲେଙ୍କୁ ଏହି ଦାୟିତ୍ୱ ପ୍ରଦାନ କରି ଆସୁଛି । ୬୦ ବର୍ଷୀୟ ଲକ୍ଷ୍ମଣ ୱାର୍ଲ୍ଡ ଚାମ୍ପିୟନଶିପ ଜିିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ସେ ଭାରତ ପକ୍ଷରୁ ୯ ଟେଷ୍ଟ ଓ ୧୬ ଦିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୪୪.୦୩ ଆଭରେଜରେ ୨୬ ଓ ଦିନିକିଆରେ ୩୫.୮୬ ଆଭରେଜରେ ୧୫ ୱିକେଟ ଅକ୍ତିଆର କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱୀନ ମଧ୍ୟ ଏହି ନିଷ୍ପତି ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

Leave A Reply

Your email address will not be published.