Latest Odisha News

ଶ୍ରୀମନ୍ଦିରରେ ଲକ୍ଷ୍ମୀ ନାରାୟଣ ବେଶ, ଏକାଦଶୀ ନୀତି ଅନୁଷ୍ଠିତ

ପୁରୀ: କାର୍ତ୍ତିକ ଶୁକ୍ଳ ଏକାଦଶୀ (ବଡ଼) ତିଥି ପଞ୍ଚୁକର ପ୍ରଥମ ଦିବସ ତଥା ବୁଧବାର ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ଠିଆକିଆ ବେଶ ବା ଲକ୍ଷ୍ମୀ – ନାରାୟଣ ବେଶ ତଥା ହରି ଉତ୍ଥାପନ ଓ ବଡ଼ ଏକାଦଶୀ ନିମନ୍ତେ ସ୍ୱତନ୍ତ୍ର ନୀତିମାନ ଅନୁଷ୍ଠିତ ହୋଇଯାଇଛି।

ପରମ୍ପରା ଅନୁଯାୟୀ ପ୍ରାତଃ ଘ.୫. ଟାରେ ଦ୍ୱାର ଫିଟା ହୋଇ ମଙ୍ଗଳ ଆଳତି ଘ.୫.୫୦, ଅବକାଶ ଘ.୭.୨୦ରେ ବଢିଲା ପରେ ଘ.୭.୨୫ ରେ ମଇଲମ ହୋଇ ଶ୍ରୀବିଗ୍ରହ ମାନଙ୍କ “ଲଷ୍ମୀ ନାରାୟଣ” ବେଶ ଅନୁଷ୍ଠିତ ହୋଇଯାଇଛି।

ବେଶ ବଢ଼ିଲାପରେ ରୋଷ ହୋମ, ସୂର‌୍ୟ୍ୟପୂଜା ଘ.୧୦ଟା, ଦ୍ୱାରପାଳ ପୂଜା ଘ.୧୦.୧୦, ଗୋପାଳବଲ୍ଲଭ ପୂଜା ଘ.୧୦.୩୫ ରୁ ଘ୧୦.୪୫, ସକାଳଧୂପ ଘ.୧୧.୫୫ରେ ହୋଇ ବାଳଧୂପ ଘ.୧.୦୦ ସାରିଲା ପରେ, ପରମ୍ପରା ଅନୁଯାୟୀ ହରି ଉତ୍ଥାପନ ଓ ବଡ଼ ଏକାଦଶୀର ସ୍ୱତନ୍ତ୍ର ନୀତି ବନ୍ଦାପନା ତିନି ବାଡ଼ରେ ଘ.୧.୨୦ରେ ପାଳିଆ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଥିଲା ।

ମଧ୍ୟାନ୍ନ ଧୂପ ସରିଲା ପରେ ପ୍ରସାଦ ବାହାରି ପାଣି ପଡି ୨ୟ ଭୋଗ ମଣ୍ଡପ ପରେ ଦଖିଣି ଘର ଭୋଗ, ମଇଲମ ହୋଇ ବନ୍ଦାପନା ଶାଢ଼ୀଖଣ୍ଡୁଆ ଲାଗି ହେବାପରେ ସନ୍ଧ୍ୟା ଆଳତି ବଢି ଥିଲା ଏହା ପରେ ଶ୍ରୀମଦନମୋହନ ଭିତରକୁ ବିଜେ କରିଥିଲେ , ଏକାଦଶୀ ସର୍ବାଙ୍ଗ ହୋଇ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ ବେଢାକୁ ବିଜେ କରିଥିଲେ ।

ବେଢା଼ସାରି ଜୟବିଜୟ ଦ୍ୱାର ଠାରେ ଭୋଗ ବନ୍ଦାପନା ସାରି ଶ୍ରୀମଦନ- ମୋହନ ଦକ୍ଷିଣ ଘରକୁ ବିଜେ କରିଥିଲେ ।ସନ୍ଧ୍ୟା ଧୂପ ବଢିଲା ପରେ ନୀଳଚକ୍ର କୁ ମହାଦୀପ ଉଠିଥିଲା

ଏହାପରେ ଠାକୁରଙ୍କ ମଇଲମ, ବଡ଼ସିଂହାର ଗଭା ଲାଗି ବେଶ, ହୋଇବଡ଼ସିଂହାର ଭୋଗ,ମଇଲମ, ମହାସ୍ନାନ ପୂଜା ଠା, ହୋଇ ହରି ଉତ୍ଥାପନ ନୀତି ପାଇଁ ଖଟ ଶେଜ ଘର ଉପରି ଭାଗରେ ଥିବା ଶୟନ ଠାକୁର ରତ୍ନସିଂହାସନ କୁ ବିଜେ କରିବେ, ଘଣ୍ଟ ଛତା ସର୍ବାଙ୍ଗ ପରେ ହରି ଉତ୍ଥାପନ ନୀତି ଅନୁଷ୍ଠିତ ହୋଇଥିଲା।

ତିନିବାଡରେ ବନ୍ଦାପନା ନୀତି ସମାପନ ପରେ ଖଟଶେଯ ଘରକୁ ଶୟନ ଠାକୁର ବହୁଡାବିଜେ ଏବଂ ସେଠରେ ମୁଦିରସ୍ତ ଙ୍କ ଦ୍ଵାରା ବନ୍ଦାପନା ପରେ ଉକ୍ତ ଘର ମୁଦ ଦିଆଯାଏ। ଏହାପରେ ଘଣ୍ଟ ଛତା ବଡ଼ସିଂହାର ଭୋଗ, ବିଡ଼ିଆ ମଣୋହି, ପସଦ ବାହାରି ପାଣି ପଡି ରାତ୍ର ପହୁଡ଼ ଅନୁଷ୍ଠିତ।

 

Comments are closed.