Latest Odisha News

BREAKING NEWS

ବିଧାନସଭା ପରିସରରେ ରାଣୀ ମା’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ବର:ଭୁବନେଶ୍ବରରେ ରାଣୀସାହେବାଙ୍କ ଶେଷ ଦର୍ଶନ। ବିଧାନସଭା ପରିସରରେ ବିଧାୟକ ଗଣଙ୍କ ଉପସ୍ଥିତିରେ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ପ୍ରଖ୍ୟାତ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାର ଦେଓଙ୍କର ପାର୍ଥିବ ଶରୀର ଓଡ଼ିଶାରେ ପହଞ୍ଚିଛି। ସ୍ଵତନ୍ତ୍ର ବ୍ୟବସ୍ଥା ସହ ତାଙ୍କ ମରଶରୀର ଏୟାରପୋର୍ଟରେ ପହଞ୍ଚିବା ପରେ ଶେଷ ଶୋଭାଯାତ୍ରାରେ ଆସିଥିଲେ ରାଣୀ ମାଆ । ପ୍ରଥମେ ତାଙ୍କ ମର ଶରୀରକୁ ଶଙ୍ଖ ଭବନ ଓ ପରେ ନିଆଯାଇଥିଲା ବିଧାନସଭାକୁ।ଭି.ସୁଜ୍ଞାନ କୁମାର ଦେଓଙ୍କ ପାର୍ଥିବ ଶରୀରକୁ ପ୍ରଥମେ ଶଙ୍ଖ ଭବନରେ ସମ୍ମାନର ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ଚେନ୍ନାଇ ପହଞ୍ଚିଥିଲେ ନବୀନ ପଟ୍ଟନାୟକ।

ଅନ୍ତିମ ଦର୍ଶନ ପାଇଁ ଶଙ୍ଖ ଭବନ ଓ ବିଧାନସଭା ପରିସରରେ ସମସ୍ତେ ଚାହିଁ ବସିଥିଲେ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାର ଦେଓଙ୍କ ପାର୍ଥିବ ଶରୀରକୁ। ବିଧାନସଭା ପରିସରରେ ତାଙ୍କୁ ଗାର୍ଡଅଫ ଅନର ପ୍ରଦାନ କରାଯାଇଛି। ବିଧାନସଭାରେ ବାଚସ୍ପତିଙ୍କ ଠୁ ଆରମ୍ଭ କରି ବରିଷ୍ଠ ସଦସ୍ୟମାନେ ଅପେକ୍ଷା କରିଥିଲେ। ରାଜ୍ୟ ରାଜନୀତିରେ ତାଙ୍କର ଅବଦାନକୁ ମାନେ ପକାଇଥିଲେ। ଏହି ଅବସରରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୁର ରାଉତରାୟ, ଶଶି ଭୂଷଣ ବେହେରା ପ୍ରମୁଖ ନେତାଙ୍କୁ ଦେଖିବାକୁ ମିଳିଥିଲା। ଓଡ଼ିଶା କଣ ହରାଇଛି ତାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଭି.ସୁଜ୍ଞାନ କୁମାର ଦେଓଙ୍କ ସହ କାମ କରିଥିବା ସହଯୋଗୀ ସଦସ୍ୟମାନେ।

୧୯୬୧ ମସିହାରେ ଭି. ସୁଜ୍ଞାନ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୧୯୬୧, ୧୯୭୪, ୧୯୭୭, ୧୯୮୫, ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଧାୟିକା ନିର୍ବାଚିତ ହୋଇଥିଲେ । ପ୍ରବାଦପୁରୁଷ ବିଜୁବାବୁଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ଥିଲେ। ୧୦ ଥରର ବିଧାୟିକା ଥିବା ସୁଜ୍ଞାନ କୁମାରୀ ଏକାଧାରର ନେତ୍ରୀ, ସମାଜସେବୀ, ଆସୁ ଲେଖିକା, ଷ୍ଟାମ୍ପ ସଂଗ୍ରାହକ ଥିଲେ । ରାଜନୀତିରେ ତାଙ୍କର ଅବଦାନ ଇତିହାସର ସ୍ୱର୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ।

Leave A Reply

Your email address will not be published.