Latest Odisha News

BREAKING NEWS

ଘରୋଇ ହିଂସା ଅଭିଯୋଗରେ ପେସ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଭାରତର ଟେନିସ ଷ୍ଟାର ଲିଆଣ୍ଡ ପେସଙ୍କ ପତ୍ନୀ ରିୟା ପିଲ୍ଲାଇ ଆଣିଥିବା ଘରୋଇ ହିଂସା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋମଲ ସିଂ ରାଜପୁତ ଏହି ଶୁଣାଣୀ କରିଛନ୍ତି । ପେସ୍ ତାଙ୍କ ପତ୍ନୀଙ୍କୁ ମାସିକ ଭରଣପୋଷଣ ପାଇଁ ୧ ଲକ୍ଷ ଟଙ୍କା ବ୍ୟତୀତ ଭଡା ଘର ପାଇଁ ୫୦ ହଜାର ଟଙ୍କା ଅତିରିକ୍ତ ଦେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ରିୟା ୨୦୧୪ରେ ଘରୋଇ ହିଂସା ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉଭୟ ୮ ବର୍ଷ ଧରି ଏକତ୍ର ରହିଥିଲେ । ସୂଚନାଯୋଗ୍ୟ, ପେସ ଏବଂ ଅଭିନେତ୍ରୀ କିମ ଶର୍ମାଙ୍କୁ ଅଧିକାଂଶ ସ୍ଥାନରେ ଏକତ୍ର ଦେଖିବାକୁ ମିଳୁଛି ।

Comments are closed.