Latest Odisha News

ଭାରତୀୟ ନାଗରିକଙ୍କୁ ତୁରନ୍ତ ଖାରକିଭ ଛାଡିବାକୁ ଜାରୀ ହେଲା ଜରୁରୀକାଳୀନ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଆରପାର ମୁଡରେ ଥିବା ରୁଷ ଘନ ଘନ ଆକ୍ରମଣ ଜାରୀ ରଖିଛି । ଇତି ମଧ୍ୟରେ ୟୁକ୍ରେନରେ ଥିବା ସମସ୍ତ ଭାରତୀୟଙ୍କୁ ସେଠାକାର ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଖାରକିଭ ଛାଡିବାକୁ ଭାରତୀୟ ଦୂତାବାସ ଜରୁରୀକାଳୀନ ନିର୍ଦ୍ଦେଶନାମା ଜାରୀ କରିଛି । ସନ୍ଧ୍ୟା ୬ଟା ବେଳକୁ ପେସୋଚିନ, ବାବାୟେ କିମ୍ବା ବେଜଲିଡୋକାଭାରେ ପଂହଚିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ଭାରତୀୟ ଦୂତାବସ ଟୁଇଟ କରି ଏହି ପରାମର୍ଶ ଦେଇଛି ।

ଯେତେଦୂର ଅନୁମାନ ରୁଷିଆ କୌଣସି ଏକ ବଡ ଧରଣର ଆକ୍ରମଣ ଆଜି ୟୁକ୍ରେନ ଉପରେ କରିପାରେ । ସୂଚନାଯୋଗ୍ୟ ୟୁକ୍ରେନ ଏ ପର୍ଯ୍ୟନ୍ତ ୨ଜଣ ଭାରତୀୟ ଛାତ୍ର ମୃତ୍ୟୁବରଣ କରିଛନ୍ତି । ଭାରତୀୟ ନାଗରିକ ଏହି ଟୁଇଟ ପାଇବା ପରେ ତୁରନ୍ତ ପରାମର୍ଶ ସ୍ଥାନ ଆଡେ ମୁହାଁଇଛନ୍ତି ।

Comments are closed.