ନୂଆଦିଲ୍ଲୀ: ମହାନ ବକ୍ସର ଜର୍ଜ ଫୋରମ୍ୟାନଙ୍କ ୭୬ ବର୍ଷରେ ପରଲୋକ ହୋଇଯାଇଛି । ତାଙ୍କ ପରିବାରଙ୍କ ପକ୍ଷରୁ ଇନଷ୍ଟାଗ୍ରାମରେ ଏହି ସୂଚନା ଦିଆଯାଇଛି । ଜର୍ଜ ଏଡୱାଡ ଫୋରମ୍ୟାନ ସିନିୟର ତାଙ୍କ କ୍ୟାରିୟରରେ ୮୧ଟି ମୁକାବିଲାରେ ଅଂଶଗ୍ରହଣ କରିଛନ୍ତି । ୭୬ ବିଜୟରେ ସେ ୬୮ଜଣଙ୍କୁ ନକଆଉଟ କରିଥିଲେ । ୧୯୬୮ ମେକ୍ସିକୋ ଅଲିମ୍ପିକ୍ସରେ ସେ ହେଭିୱେଟ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୧୯୭୩ରେ ସେ ସମୟର ଅପରାଜିତ ବକ୍ସର ଜୋ ଫ୍ରେିଜିୟରଙ୍କୁ ହରାଇ ଫୋରମ୍ୟାନ ବିଶ୍ୱ ହେଭିୱେଟ ଟାଇଟଲ ଜିିତିଥିଲେ । ସେ ଏହା ପରେ ୨ ଥର ଟାଇଟଲ ହାସଲ କରିଥିଲେ ।
୧୯୭୪ରେ ରଂବଲ ଇନ ଜଙ୍ଗଲ ମୁକାବିଲାରେ ସେ ମହମ୍ମଦ ଅଲୀଙ୍କ ନିକଟରୁ ପ୍ରଫେଶନାଲ ମ୍ୟାଚରେ ପରାଜିତ ହୋଇଥିଲେ । ରିଙ୍ଗରୁ ୧୦ ବର୍ଷ ଦୂରେଇ ରହିବା ପରେ ୧୯୯୪ରେ ପ୍ରତ୍ୟାବର୍ତନ କରିଥିଲେ । ମାଇକେଲ ମୁରରଙ୍କୁ ହରାଇ ୨ଟି ହେଭିୱେଟ ବେଲଟ ଉପରେ କବଜା କରିଥିଲେ । ବୟୋଜ୍ୟେଷ୍ଠ ବକ୍ସର ଭାବେ ସେ ୪୬ ବର୍ଷ ୧୬୯ ଦିନରେ ଏହି ଟାଇଟଲ ଜିତିଥିଲେ । ଫୋରମ୍ୟାନ ନିଜକୁ ଜଣେ ଭଲ ବ୍ୟବସାୟୀ ଏବଂ ଅଭିନେତା ଭାବେ ମଧ୍ୟ ଗଢ଼ି ତୋଳିଥିଲେ ।